ରଥଖଳା ଚଳଚଞ୍ଚଳ,ଲାଗିପଡ଼ିଛନ୍ତି କମାର ସେବକ

ପୁରୀ ଅଫିସ,୨୧।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ହୋଇଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୩ ରଥର ୪୨ ଚକ ମଧ୍ୟରୁ ୧୮ଟି ଚକ ସମ୍ପୂର୍ଣ୍ଣ ହୋଇଛି । ରଥର ଉପରିଭାଗ ଭୂଇଁ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ରଥ ଅମିନଙ୍କ ନିର୍ଦ୍ଦେଶ କ୍ରମେ ଭୋଇ ସେବକମାନେ ଭୂଇଁ କାଠ ଯୋଗାଇଥିଲା ବେଳେ ବିଶ୍ୱକର୍ମାମାନେ ବାରିସି ଚଳାଇ ପ୍ରଥମ ଭୂଇଁ ନିର୍ମାଣ ଆରମ୍ଭ କରିଛନ୍ତି। ଧଉରା ଓ ଅସନ କାଠରେ ଭୂଇଁ ତିଆରି ହେଉଛି। ରଥର ସମସ୍ତ ଯୋକା ନିର୍ମାଣ ଶେଷ ହୋଇଛି । ଏଥିସହ ଶାଳରେ କମାର ସେବକମାନେ ପନ୍ଦାରି ଚାବି ନିର୍ମାଣ ଆରମ୍ଭ କରିଛନ୍ତି ।

Share