ପୁରୀ ଅଫିସ,୧୦।୬: ନନ୍ଦିଘୋଷ ରଥର ସାନ ଉଛଳା ତଥା ପଛ ବ୍ରେଗ ଅଖ ବଦଳିବ । ଅଖରେ ଫାଟ ଥିବା ଯୋଗୁ ଏହାକୁ ବଦଳଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅଖରେ ଫାଟ ଥିବାରୁ ଓଝା ସେବକମାନେ ଗୁରୁବାର ଅଖ, ଦଣ୍ଡା, କୁଡୁକାକୁ ବାନ୍ଧି ରଖିବା ପାଇଁ କ୍ଲାମ୍ପ ଲଗାଇଥିଲେ। ରଥଯାତ୍ରା ସମୟରେ ଏହି ଅଖ ସମସ୍ୟା ସୃଷ୍ଟି କରିବା ଆଶଙ୍କା ଥିବାରୁ ଏହାକୁ ବଦଳାଯାଉଛି।