ରଥଖଳା ଚଳଚଞ୍ଚଳ,ଲାଗିପଡ଼ିଛନ୍ତି ମହାରଣା, ଓଝା ସେବାୟତ

ପୁରୀ ଅଫିସ,୮।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ତିନି ରଥ ଚକ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ମହାରଣା ସେବାୟତମାନେ । କଟକ ଖପୁରିଆ ସ୍ଥିତ କରତକଳରୁ କାଠ ଚିରା ହୋଇ ପହି କାଠ ପହଞ୍ଚିଛି। ବର୍ତ୍ତମାନ ତୁମ୍ବରେ ବିନ୍ଧ ଖୋଦେଇ ଚାଲିଛି। ଶାଳରେ ଓଝା ସେବକ ରଥ ପାଇଁ ଆବଶ୍ୟକ ଲୁହା ସାମଗ୍ରୀ ତିଆରିରେ ବ୍ୟସ୍ତ ରହିଛନ୍ତି।

Share