୪୨ ଚକରୁ ସରିଲା ୩୬ ଚକର ନିର୍ମାଣ କାର୍ଯ୍ୟ

ପୁରୀ ଅଫିସ,୨୬।୫: ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଆଗେଇ ଚାଲିଛି ରଥ ତିଆରି କାମ। ତିନି ରଥର ୪୨ଟି ଚକ ମଧ୍ୟରୁ ୩୬ଟି ଚକର ତିଆରି କାମ ଶେଷ ହୋଇଛି। ନନ୍ଦିଘୋଷ ରଥର ୧୬ଟିରୁ ୧୪, ତାଳଧଜ ରଥର ୧୪ଟିରୁ ୧୨ ଓ ଦର୍ପଦଳନ ରଥର ୧୨ଟିରୁ ୧୦ଟି ଚକର ତିଆରି କାମ ସାରିଛନ୍ତି ବିଶକର୍ମା। ଭୋଇ ସେବକମାନେ ମେସିନ ସାହାଯ୍ୟରେ ଦଣ୍ଡା କାଠ ଆଣି ଯଥାସ୍ଥାନରେ ରଖିବା ପରେ ବିଶକର୍ମା ମହାରଣାମାନେ ଆଜି ଏହାର ଅନୁକୂଳ କାମ ଆରମ୍ଭ କରିଛନ୍ତି। ରୂପକାର ସେବକମାନେ କୋଣ ଗୁଜରେ ନୃସିଂହ ମୂର୍ତ୍ତି ଖୋଦେଇ ଜାରି ରଖିଥିବା ବେଳେ ଓଝା ସେବକମାନେ ଘଡି ମୁହଁ ଓ ଦଣ୍ଡା ବାଡ଼ିଆ କଣ୍ଟା ନିର୍ମାଣରେ ଲାଗିଛନ୍ତି।

Share