ପୁରୀ ଅଫିସ,୧୮।୬: ଶାନ୍ତି ଶୃଙ୍ଖଳାରେ ରଥଯାତ୍ରା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି। କରୋନା ପରେ ପ୍ରଥମ ଥର ପାଇଁ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ଥିବା ବେଳେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସେମାନଙ୍କ ସମସ୍ତ ସୁବିଧା ପାଇଁ ବ୍ୟବସ୍ଥା କରିବାକୁ ଅଧିକାରୀଙ୍କୁ କହିଛନ୍ତି। କୋଭିଡ୍ ବେଳେ ଅନୁଷ୍ଠିତ ରଥଯାତ୍ରାରେ ସେବାୟତ ମ୍ୟାନେଜମେଣ୍ଟରେ ବହୁତ ସହଯୋଗ କରିଥିଲେ । ନିଜେ ରଥଟାଣି ମହାପ୍ରଭୁଙ୍କ ଯାତ୍ରା କରିଥିଲେ । ତେଣୁ ସେବାୟତଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ତେବେ କରୋନା ଭୟ ଏବେ ବି ଯାଇନି । ତେଣୁ ସତର୍କତାର ସହ ରଥଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।