ଆମେରିକାରେ ଘୋଷଯାତ୍ରା

ମିନିଆପଲିସ, ୧୫ା୭: ଉତ୍ତର ଆମେରିକାର ମିନେସୋଟା ରାଜ୍ୟ ମିନିଆପଲିସରେ ଜଗନ୍ନାଥଙ୍କ ଘୋଷଯାତ୍ରା ପାଳିତ ହୋଇଯାଇଛି। ହିନ୍ଦୁ ସୋସାଇଟି ଅଫ୍‌ ମିନେସୋଟା ରଥଯାତ୍ରା ଆୟୋଜନ କରିଥିଲା। ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଡ. ସୀତାକାନ୍ତ ଦାସଙ୍କ ତଦାରଖରେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଆମେରିକାରେ ଓଡ଼ିଶାର କଳାସଂସ୍କୃତି ଓ ପରମ୍ପରାକୁ ପ୍ରଚାରପ୍ରସାର କରିବାରେ ତାଙ୍କର ବିଶେଷ ଭୂମିକା ରହିଛି। ଭାରତୀୟ ନାଗରିକଙ୍କ ସମେତ ସ୍ଥାନୀୟ ବାସିନ୍ଦା ରଥ ଟାଣିଥିଲେ। ସୀତାକାନ୍ତ ଛେରା ପହଁରା କରିଥିଲେ। ମିନିଆପଲିସର ଏହି ଜଗନ୍ନାଥ ମନ୍ଦିର ପରିସର ୮୦ ଏକର ଜାଗାରେ ନିର୍ମିତ। ମିନିଆପଲିସଠାରେ ୧୫ ବର୍ଷ ହେବ ରଥଯାତ୍ରା ପାଳିତ ହୋଇଆସୁଛି।

Share