ପୁରୀ ଅଫିସ,୮।୬: ପୁରୀ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ସ୍ନାନପୂର୍ଣ୍ଣମୀ ପୂର୍ବରୁ ରଥରେ ଚାରି ନାହାକା ଉଠାଇବାକୁ ଜୋରଦାର ପ୍ରସ୍ତୁତି ଚାଲିଛି। ମଙ୍ଗଳବାର ଅଖ ଉପରେ ଦଣ୍ଡା ସ୍ଥାପନ କରାଯାଇ ରଥର ମୂଳଦୁଆ ପଡ଼ିଛି । ତିନି ରଥର ମୁଖ୍ୟ ବିଶ୍ୱକର୍ମାମାନେ ଶ୍ରୀଫଳ ଭାଙ୍ଗି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଅନୁକୂଳ କରିଥିଲେ । ବିଶ୍ୱକର୍ମା ଓ ଭୋଇ ସେବକମାନେ ମିଳିତ ଭାବେ ତିନି ରଥର ମୂଳଦୁଆ ପକାଇଛନ୍ତି । ଦଣ୍ଡା ଉପରେ ଆଗପଛ ନିରାଡ଼ି ଉଠିଛି । ବୁଧବାର ଓଝା ସେବକମାନେ ଦଣ୍ଡାରେ କଣ୍ଟା ପଡ଼ିବା ଅନୁକୂଳ କରିବେ ।