ଶ୍ରୀଜିଉଙ୍କ ପାଇଁ ପୁରୀ ଗଲା ରଥକାଠ

ନୟାଗଡ଼,୯ା୨(ଲୋକନାଥ ମିଶ୍ର): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ରଥକାଠ ନୟାଗଡ଼ ଜିଲାର ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ଶୁକ୍ରବାର ୩ଟି ଟ୍ରକ୍‌ରେ ୨୦ ଫୁଟିଆ ଧଉରା ଓ ଅସନ ୧୦୨ ଖଣ୍ଡ କାଠ ପୁରୀ ଅଭିମୁଖେ ଯାତ୍ରା କରିଛି। ଏଥି ନିମନ୍ତେ ଦଶପଲ୍ଲାର ପ୍ରସିଦ୍ଧ ମହାବୀର ମନ୍ଦିର ଓ ନୟାଗଡ଼ ପୁରୁଣା ସହରର ଜଗନ୍ନାଥ ମନ୍ଦିର ସମ୍ମୁଖରେ ପୂଜାର୍ଚ୍ଚନା ହୋଇଥିଲା। ଦଶପଲ୍ଲାରେ ଏସିଏଫ୍‌ ହିମାଂଶୁ ମୁଦୁଲି ଏବଂ ଦଶପଲ୍ଲା ରେଞ୍ଜର ସୁଦର୍ଶନ ଦେହୁରୀଙ୍କ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା କରାଯାଇଥିଲା। ନୟାଗଡ଼ରେ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ପୂଜାର୍ଚ୍ଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ବନବିଭାଗ କର୍ମଚାରୀ, ଦଶପଲ୍ଲା ଓ ନୟାଗଡ଼ ଜନସାଧାରଣ ଯୋଗଦାନ କରିଥିଲେ।

Share