ରଥାରୁଢ ହେଲେ ତିନି ଠାକୁର: କିଛି ସମୟ ପରେ ଛେରାପହଁରା

ପୁରୀ ଅଫିସ୍‌,୧୨।୭: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଜି ଅନୁଷ୍ଠିତ ହେଉଛି। ଗତବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ହେଉଛି ରଥଯାତ୍ରା। ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରୀଜିଉଙ୍କ ସକାଳ ଧୂପ ଖେଚୁଡ଼ି ଭୋଗ ଶେଷ ହୋଇଥିବା ବେଳେ ରଥ ପ୍ରତିଷ୍ଠା କାର୍ଯ୍ୟ ମଧ୍ୟ ସମାପ୍ତ ହୋଇଥିଲା। ଏହାପରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହଣ୍ଡି ବିଜେ। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର, ମା’ ସୁଭଦ୍ରା ଏବଂ ପରେ ଜଗନ୍ନାଥଙ୍କୁ ପହଣ୍ଡି କରି ରଥକୁ ନିଆଯାଇଛି। ଧାଡ଼ି ପହଣ୍ଡିରେ ରଥକୁ ବିଜେ କରିଛନ୍ତି ଶ୍ରୀଜିଉ। ସୂଚନାଯୋଗ୍ୟ, ଶୃଙ୍ଖଳିତ ଯାତ୍ରା ପାଇଁ ସହରକୁ ୧୨ଟି ଜୋନରେ ବିଭକ୍ତ କରାଯାଇ ପ୍ରାୟ ୬୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

Share