୮ ମାସ ହେଲା ରାଶନ କାର୍ଡଧାରୀଙ୍କୁ ଗହମ ମିଳୁନି

କେନ୍ଦ୍ରାପଡ଼ା, ୧୮ା୭(ଜଗନ୍ନାଥ ଧଳ): ଦେଶରେ କେହି ଯେପରି ଭୋକିଲା ନ ରହନ୍ତୁ ସେଥିପାଇଁ ଖାଦ୍ୟ ସୁରକ୍ଷା ଯୋଜନା କରାଯାଇ ସମସ୍ତ ଗରିବ ପରିବାରକୁ ଏଥିରେ ସାମିଲ କରାଯାଇଛି। ସେଥିପାଇଁ ପ୍ରତି ରାଶନ କାର୍ଡଧାରୀଙ୍କୁ ସରକାର ମାସିକିଆ ଚାଉଳ ସହ ଗହମ ପ୍ରଦାନ କରୁଥିଲେ। ହେଲେ ୮ ମାସ ହେଲା ଗହମ ଯୋଗାଣକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। କାର୍ଡଧାରୀଙ୍କୁ କେବଳ ଚାଉଳ ଧରାଇ ଦିଆଯାଉଥିବାରୁ ଏ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପରିବା ରେଟ ଆକାଶଛୁଅଁା, ଦୁଇଓଳି ଭାତ କଲେ ଦୈନନ୍ଦିନ ଚଳଣିରେ ଅସୁବିଧା ହେଉଛି। ଏ ନେଇ ଗହମ ଆଣୁଥିବା ହିତାଧିକାରୀମାନେ ଏକ ପ୍ରକାର ହତାଶ ହୋଇପଡ଼ିଛନ୍ତି। ସେମାନଙ୍କ ପରିବାର ରୁଟି ଉପରେ ନିର୍ଭରଶୀଳ ଥିବାବେଳେ ସରକାର ଗହମ ଯୋଗାଣ ବନ୍ଦ କରି ଦେଇଥିବାରୁ ସମ୍ପୃକ୍ତ ହିତାଧିକାରୀମାନେ ଅସହାୟ ହୋଇପଡ଼ିଛନ୍ତି। ଖୋଲା ବଜାରରୁ ଅଧିକ ଦର ଦେଇ ଗହମ କିମ୍ବା ଅଟା କିଣିବା ସେମାନଙ୍କ ପକ୍ଷେ ସମ୍ଭବ ହେଉ ନ ଥିବାରୁ ବାଧ୍ୟ ହୋଇ ୩ ବେଳା ଭାତ ଖାଉଥିବା କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଅନେକ ହିତାଧିକାରୀ ପ୍ରକାଶ କରିଛନ୍ତି। ଏପରି କି ପରିବାରରେ ଥିବା ମଧୁମେହ ରୋଗୀଙ୍କୁ ମଧ୍ୟ ଭାତ ଖାଇବାକୁ ପଡ଼ୁଥିବା ହିତାଧିକାରୀମାନେ କ୍ଷୋଭର ସହ କହିଛନ୍ତି।
ପଟ୍ଟାମୁଣ୍ଡାଇ ବ୍ଲକରେ ୩୧,୫୮୧ ରାଶନକାର୍ଡଧାରୀ ରହିଛନ୍ତି। ଅନ୍ତ୍ୟୋଦୟ ଯୋଜନାରେ ୩,୦୨୭ ହିତାଧିକାରୀ ଥିବାବେଳେ ରାଜ୍ୟ ସରକାରଙ୍କ ନିଜସ୍ବ ଯୋଜନାରେ ୩,୮୬୯ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଛନ୍ତି। ପୂର୍ବରୁ ପ୍ରତି ମାସରେ ବ୍ଲକରେ ମୋଟ ୨,୪୮,୮୬୮ କିଲୋ ଚାଉଳ, ୪୫,୨୯୬ କିଲୋ ଗହମ ପ୍ରଦାନ କରାଯାଉଥିଲା। ସେହିପରି ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିରେ ୭,୧୪୫ ରାଶନ, ୪୧୨ ଅନ୍ତ୍ୟୋଦୟ, ୮୩୫ ଜଣ ରାଜ୍ୟ ଯୋଜନାରେ ସାମିଲ ହୋଇଛନ୍ତି। ପ୍ରତି ମାସରେ ୫୨,୧୩୨ କେଜି ଚାଉଳ ଓ ୯,୧୨୩ କେଜି ଗହମ ପ୍ରଦାନ କରାଯାଉଥିଲା। ହେଲେ ୨୦୨୨ ଡିସେମ୍ବରରୁ ଗହମ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏବେ ହିତାଧିକାରୀଙ୍କୁ କେବଳ ଚାଉଳ ଯୋଗାଣ ହେଉଛି। ସରକାରଙ୍କ ଏପରି ପଦକ୍ଷେପକୁ ଗହମ ନେଉଥିବା ରାଶନକାର୍ଡଧାରୀମାନେ ନାପସନ୍ଦ କରିଛନ୍ତି। ଏହି ସରକାରୀ ଗହମ ଯୋଗୁ ବହୁ ବୃଦ୍ଧାବୃଦ୍ଧ, ଶିଶୁ ଉପକୃତ ହେଉଥିଲେ। ମଧୁମେହ ରୋଗୀ ରୁଟି ଖାଇ ପାରୁଥିଲେ। କିନ୍ତୁ ସରକାର ଗହମ ଯୋଗାଣ ବନ୍ଦ ରଖିଥିବାରୁ ଏବେ ସେମାନଙ୍କୁ ଭାତ ଖାଇବାକୁ ପଡ଼ୁଛି। କାରଣ ଖୋଲା ବଜାରରେ ଗହମ କିଲୋ ୪୦ ରୁ ୫୦ ଟଙ୍କା ଓ ଅଟା ୪୫ ରୁ ୬୦ ଟଙ୍କାରେ ବିକ୍ରି ହେଉଥିବାରୁ ଗରିବ ଲୋକେ ତାହା କିଣିପାରୁ ନାହାନ୍ତି। ବର୍ଷାଦିନ ଥିବାରୁ ଏପରି ରୋଗୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଉପୁଯିବାର ସମ୍ଭାବନା ଥିବାରୁ ସରକାର ଯଥାଶୀଘ୍ର ରାଶନକାର୍ଡ ମାଧ୍ୟମରେ ପୁଣି ଗହମ ଯୋଗାଇ ଦେବାକୁ ହିତାଧିକାରୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ପଚାରିବାରେ ରାଜ୍ୟ ସାରା ଏପରି ଅବସ୍ଥା ହୋଇଛି। ସରକାର ଆଲର୍ଟମେଣ୍ଟ ଦେଲେ ଆମେ ହିତାଧିକାରୀଙ୍କୁ ଗହମ ଯୋଗାଇ ଦେବୁ। ରାଶନକାର୍ଡଧାରୀ ପ୍ରଭାକର ସେଠୀ କୁହନ୍ତି, ସରକାର ରାଶନକାର୍ଡଧାରୀଙ୍କ ପାଇଁ କେବଳ ଚାଉଳ ଯୋଗାଇ ଦେଉଥିବା ଡିଲରମାନେ କହୁଛନ୍ତି। ତେଣୁ ଗହମ ପରିବର୍ତ୍ତେ କେବଳ ଚାଉଳ ମିଳୁଥିବାରୁ ଦୈନନ୍ଦିନ ଚଳଣିରେ ଅସୁବିଧା ହେଉଛି। ପରିବା ରେଟ୍‌ ଆକାଶ ଛୁଆଁ ଭାତ ପାଇଁ ତରକାରି ଆବଶ୍ୟକ, ୨ ବେଳା ଭାତ କଲେ ଚଳଣିରେ ଅସୁବିଧା ହେଉଛି। ରୁଟି ହେଲେ ଘରେ ପାଳିତ ଗାଈ କ୍ଷୀର ପକାଇ ଚଳିଯାଉ। ମାତ୍ର ଏବେ ଦୁଇ ଓଳା ଭାତ କଲେ ପରିବା କିଣିବା ପାଇଁ ସକ୍ଷମ ହୋଇପାରୁନୁ। ପୂର୍ବଭଳି ଗହମ ଯୋଗାଇ ଦିଆଗଲେ ଭଲ ହୁଅନ୍ତା। ରାଶନକାର୍ଡଧାରୀ ବାବୁରାମ ମଳିକ କୁହନ୍ତି, ଖାଦ୍ୟ ସୁରକ୍ଷା ଯୋଜନାରେ ଗହମ ଆଉ ଦିଆଯାଉ ନ ଥିବାରୁ ବୟସ୍କ ବ୍ୟକ୍ତି ଓ ମଧୁମେହ ରୋଗୀଙ୍କ ପାଇଁ ସମସ୍ୟା ଦେଖାଦେଲାଣି। ଖୁଚୁରା ବଜାରରେ ଗହମ ପର୍ଯ୍ୟାପ୍ତ ପରିମାଣରେ ମିଳୁ ନ ଥିଲା ବେଳେ ଦାମ୍‌ ମଧ୍ୟ ଅଧିକ। ସରକାର ଏ ଦିଗରେ ବିଚାର କରନ୍ତୁ ବୋଲି ସେ କହିଛନ୍ତି। ସାମାଜିକ କର୍ମୀ ପ୍ରଫୁଲ୍ଲ ଦାଶ କୁହନ୍ତି, ସରକାର ରାଶନକାର୍ଡଧାରୀଙ୍କୁ ଗହମ ଯୋଗାଣ ବନ୍ଦ କରି ଦେଇଥିବାରୁ ଗରିବ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖୋଲା ବଜାରରୁ ଗହମ କିଣି ପରିବାରର ଆବଶ୍ୟକତା ପୂରଣ କରିବା ସେମାନଙ୍କ ପକ୍ଷେ ସମ୍ଭବ ନୁହେଁ। ତେଣୁ ପୁନର୍ବାର ଗହମ ଯୋଗାଣ କରାଗଲେ ରାଶନକାର୍ଡଧାରୀମାନେ ଉପକୃତ ହେବେ। ଅନ୍ୟପକ୍ଷରେ ରାଶନକାର୍ଡଧାରୀଙ୍କୁ ଗହମ ମିଳୁଥିବା ବେଳେ କିଛି ଛୋଟ ଶିଳ୍ପ ମଧ୍ୟ ଉପକୃତ ହେଉଥିଲେ। ରାଶନକାର୍ଡଧାରୀଙ୍କ ଗହମ ପେଷି ଭଲ ଦୁଇ ପଇସା ପାଉଥିଲେ। ଏବେ ସେମାନେ ଗହମ ପେଷିବାକୁ ଆଉ ଅଟାକଳକୁ ଆସୁନାହାନ୍ତି। ଏହାର ପ୍ରଭାବ ଅଟାକଳ ଉପରେ ପଡ଼ୁଛି। ଗ୍ରାମାଞ୍ଚଳରେ ଥିବା ଅଟାକଳ ମାଲିକମାନେ କ୍ଷତି ସହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ବୋନସ ଦାବି ତେଜିଲା…

ରାଉରକେଲା,୨୦।୯(ସଙ୍ଗୀତା ଜେନା): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସିଟୁ ସମର୍ଥିତ ଷ୍ଟିଲ୍‌ ଏମ୍ପ୍ଲୟିଜ୍‌ ଟ୍ରେଡ୍‌ ୟୁନିୟନ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ ପକ୍ଷରୁ ଶୁକ୍ରବାର ପାୱାରଗେଟ୍‌...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri