ପଦାରେ ପଡ଼ିଲା ରାଶନକାର୍ଡ ଅନିୟମିତତା

ନୟାଗଡ଼/ଓଡ଼ଗାଁ,୨ା୧୧(ଲୋକନାଥ ମିଶ୍ର/ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ଆଦର୍ଶ ପଞ୍ଚାୟତ ଭାବେ ରାଜ୍ୟସ୍ତରରେ ପୁରସ୍କୃତ କୁରାଳ ପଞ୍ଚାୟତରେ ରାଶନ କାର୍ଡ ପ୍ରଦାନରେ ଅନିୟମିତତା ଚର୍ଚ୍ଚାକୁ ଆସିଛି । ଏଠାରେ ସରପଞ୍ଚଙ୍କ ବାପା ପେନଶନଧାରୀ ହୋଇଥିଲେ ହେଁ ରାଶନକାର୍ଡ ହାତେଇ ନେବା ଘଟଣା ଅଭିଯୋଗ ହେବା ଓ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଜାତୀୟ ଖାଦ୍ୟ ନିରାପତ୍ତା ସୁରକ୍ଷା ପୋର୍ଟାଲରୁ କ୍ରମିକ ନଂ. ଡିଲିଟ୍‌ କରାଯାଇଛି। ରାଶନକାର୍ଡ କେଳୋଙ୍କାରୀର ତଦନ୍ତ କରିବାକୁ ଗଣମାଧ୍ୟମକୁ ବିବୃତ୍ତି ରଖିଥିବା ବ୍ଲକ ଯୋଗାଣ ନିରୀକ୍ଷକ ସୁବ୍ରତ କୁମାର ମଲିକ ଖାଦ୍ୟ ନିରାପତ୍ତା ସୁରକ୍ଷା ପୋର୍ଟାଲରୁ ରାଶନକାର୍ଡର କ୍ରମିକ ନମ୍ବର ଡିଲିଟ୍‌ କରିବାରେ ସହଯୋଗ କରି ସନ୍ଦେହ ଘେରକୁ ଆସିଛନ୍ତି । ଯଦି ଜାତୀୟ ଖାଦ୍ୟ ନିରାପତ୍ତା ସୁରକ୍ଷା ପୋର୍ଟାଲରୁ କ୍ରମିକ ନମ୍ବର ଡିଲିଟ କରାଗଲା ତେବେ ଜଣେ ପେନଶନଧାରୀଙ୍କୁ କାହିଁକି ରାଶନକାର୍ଡରେ ସାମିଲ କରାଯାଇଥିଲା। ବହୁ ଗରୀବ ଲୋକ ରାଶନ କାର୍ଡ ପାଇବାକୁ ଅପେକ୍ଷାରେ ଥିବାବେଳେ ସରକାରୀ ନିୟମକୁ ଅଣଦେଖା କରାଯାଇ କାହିଁକି ଜାଲିଆତି କରାଯାଇଛି ବୋଲି ପ୍ରଶ୍ନ ଉଠିଛି। ଅନ୍ୟପକ୍ଷେ ରାଶନକାର୍ଡରେ ଉଠିଥିବା ରାଶନ ଉପକରଣର ପ୍ରାପ୍ୟ କାହିଁକି ସରକାରଙ୍କୁ ଫେରସ୍ତ କରାଯାଇ ନାହିଁ ବୋଲି ଅନୁରୂପ ଭାବେ ପ୍ରଶ୍ନ କରାଯାଇଛି। ପୁଣି କାହିଁକି କେଶ କରାଯାଇ ନାହିଁ ବୋଲି କୁହାଯାଇଛି। ଏଭଳି ଅଭିଯୋଗ ପଦାକୁ ଆସିବା ପରେ କୁରାଳ ସରପଞ୍ଚ ସମାଲୋଚିତ ହୋଇଛନ୍ତି। ଜିଲା ଯୋଗାଣ ଅଧିକାରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
କିଛି ଦିନ ତଳେ ୧ ନମ୍ବର ଜିଲା ପରିଷଦ ସଦସ୍ୟା ଝିଲି ପ୍ରଧାନଙ୍କ ନାମରେ ରାଶନ କାର୍ଡ ରହିଥିବା ଅଭିଯୋଗ ହୋଇଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ତଦନ୍ତ ପୂର୍ବରୁ ରାଶନ କାର୍ଡ ବାତିଲ କରାଯାଇଥିବା କୁହାଯାଇଥିଲା ା ରାଶନ କାର୍ଡରେ ଜିଲା ପରିଷଦ ସଦସ୍ୟଙ୍କ ନଁା କାହିଁକି ଥିଲା, କେଉଁଥିପାଇଁ କଟିଲା ସେନେଇ କିଛି ଉତ୍ତର ମିଳିଲା ନାହିଁ । ବରଂ ମିଳିମଶି ଘଟଣାକୁ ଚାପିଦେଲେ ବୋଲି ଅଭିଯୋଗ ହୋଇଥିଲା। ସମ୍ପ୍ରତି କୁରାଳ ସରପଞ୍ଚ ବିଜନ ପାଇକରାୟଙ୍କ ପିତା ଦୁର୍ଗାଚରଣ ପାଇକରାୟଙ୍କ ନାମରେ କ୍ରମିକ ସଂଖ୍ୟା ୧୯୯୨ ରେ ୨୪୦୭୫୧୩୨୫୪ ନମ୍ବର ରାଶନ କାର୍ଡ ରହିଥିବା ଜାତୀୟ ଖାଦ୍ୟ ନିରାପତ୍ତା ସୁରକ୍ଷା ପୋର୍ଟାଲରୁ ଜଣାପଡିଥିଲା । ଗତ ଅକ୍ଟୋବର ୩୧ରେ ଏନେଇ ଅଭିଯୋଗ ହେବା, ଗଣମାଧ୍ୟମର ପ୍ରତିନିଧିମାନେ ବ୍ଲକ ଯୋଗାଣ ନିରୀକ୍ଷକଙ୍କ ମତାମତ ନେବା, ଖବର ଗଣମାଧ୍ୟମରେ ନଭେମ୍ବର ୧ରେ ପ୍ରକାଶ ପାଇବା ପରେ ହଟଚମଟ ସୃଷ୍ଟି ହୋଇଛି। ତେବେ ଜାତୀୟ ଖାଦ୍ୟ ନିରାପତ୍ତା ସୁରକ୍ଷା ପୋର୍ଟାଲରେ ସରପଞ୍ଚଙ୍କ ବାପାଙ୍କ ନାମ ଆଉ ନାହିଁ । ନାମ ବାଦ ପଡିବା ପରେ ୧୯୯୨ କ୍ରମିକ ନମ୍ବର ତଳ ହିତାଧିକାରୀଙ୍କ ନାମ ଓ କାର୍ଡ ସଂଖ୍ୟା ସ୍ଥାନ ପାଇଛି ।
ସମିତି ସଭ୍ୟା ଅନ୍ତୋଦୟ ହିତାଧିକାରୀ: କୁରାଳ ସମିତି ସଭ୍ୟା କନକ ପାତ୍ରଙ୍କ ସମେତ ତାଙ୍କ ପରିବାରର ୪ ଜଣ ସଦସ୍ୟଙ୍କ ନାମରେ କ୍ରମିକ ସଂଖ୍ୟା ୮୦୦ରେ ୨୪୦୭୧୫୧୧୧୧୧ ନମ୍ବରରେ ଅନ୍ତୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ କାର୍ଡ ରହିଛି । ଏହି ପରିବାର ମାସିକ ୩୫ କେଜି ଚାଉଳ ନେଉଥିବା କୁହାଯାଉଛି । ସମିତି ସଭ୍ୟା ପାତ୍ର ତାଙ୍କ ନାମରେ ରାଶନ କାର୍ଡ ରହିଥିବା କଥା ସ୍ବୀକାର କରିଥିବା ବେଳେ ମୁଁ ଜଣେ ଯୋଗ୍ୟ ହିତାଧିକାରୀ ବୋଲି କହିଛନ୍ତି। ହେଲେ ସମିତି ସଭ୍ୟାଙ୍କ ଶାଶୁ ଘରର ଦୁଇଟି କୋଠା ଘର ଓ ଯାନବାହାନ ରହିଥିବା ଅଭିଯୋଗ ହୋଇଛି। ଘର ନ ଥିବା, ଖାଇବାକୁ ପାଉ ନ ଥିବା ବ୍ୟକ୍ତି ଅନ୍ତୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ସାମିଲ ହୋଇ ପାରୁ ନ ଥିବାବେଳେ ଲୋକ ପ୍ରତିନିଧି ବୋଲି କଣ ସମିତି ସଭ୍ୟାଙ୍କ ପାଇଁ ଅଲଗା ଆଇନ ବୋଲି ପ୍ରଶ୍ନ ଉଠିଛି । ଏନେଇ ଜିଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି କୁହନ୍ତି, କୁରାଳ ସରପଞ୍ଚଙ୍କ ବାପା ପେନଶନଧାରୀ ହୋଇଥିବାବେଳେ ସେ କିପରି ରାଶନ କାର୍ଡ ହାତେଇଲେ, କାହିଁକି ତାଙ୍କ ନଁା ଜାତୀୟ ଖାଦ୍ୟ ନିରାପତ୍ତା ସୁରକ୍ଷା ପୋର୍ଟାଲରୁ କ୍ରମିକ ନଂ. ଡିଲିଟ କରାଯାଇଛି ତଦନ୍ତ କରାଯିବ । ଅଯୋଗ୍ୟ ହିତାଧିକାରୀ ଜଣାପଡିଲେ ରାଶନ ସାମଗ୍ରୀ ନେଇଥିବା ସରକାରୀ ପ୍ରାପ୍ୟ ଆଦାୟ କରାଯିବ । ସମିତି ସଭ୍ୟାଙ୍କ କାର୍ଡ ର ମଧ୍ୟ ତଦନ୍ତ କରାଯିବ । ତଦନ୍ତ ଶେଷ ପରେ ପରବର୍ତ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri