Categories: ଜାତୀୟ

ରତଲାମ ଡେମୁ ଟ୍ରେନର ଦୁଇଟି ବଗିରେ ଲାଗିଲା ନିଆଁ

ଭୋପାଳ,୨୩।୪: ମଧ୍ୟ ପ୍ରଦେଶର ରତଲାମରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଏଠାରେ ରବିବାର ସକାଳେ ଏକ ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଯାଇଛି। ମାତ୍ର କେଇ ମୁହୂର୍ତ୍ତ ମଧ୍ୟରେ ଦୁଇଟି ଯାକ ବଗି ନିଆଁର କବଳକୁ ଚାଲି ଆସିଥିଲା। ଏଥିରୁ ବାହାରୁ ଥିବା ଧୂଆଁ ଓ ନିଆଁକୁ ଦେଖି ପାଖରେ ଥିବା ଲୋକେ ଭୟଭିତ ହୋଇଯାଇଥିଲେ। ଖବର ପାଇ ରେଳ କର୍ମଚାରୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣାରେ କେହି ହତାହତ ହୋଇ ନ ଥିବା ଜଣାପଡିଛି।
ସୂଚନାଯୋଗ୍ୟ, ରବିବାର ଡେମୁ ଟ୍ରେନ ରତଲାମରୁ ଇନ୍ଦୋର ଯାଉଥିଲା। ଟ୍ରେନ ରତଲାମରୁ ସକାଳ ୬ଟା ୩୫ରେ ବାହାରିଥିଲା। ଏହି ସମୟରେ ଟ୍ରେନଟି ପ୍ରିତମ ନଗର ଷ୍ଟେଶନରେ ପହଞ୍ଚିବା ବେଳକୁ ଏହାର ଦୁଇଟି ବଗିରେ ନିଅଁା ଲାଗି ଯାଇଥିଲା। ଏଥିରେ ଥିବା ଯାତ୍ରୀ କିଛି ବୁଝିବା ପୂର୍ବରୁ ଦୁଇଟିଯାକ କୋଚରେ ନିଆଁ ଭୟଙ୍କର ରୂପ ଧାରଣ କରିଥିଲା। ଏହା ଦେଖିବା ପରେ ଭୟଭିତ ହୋଇଯାଇଥିବା ଯାତ୍ରୀ ନିଜ ନିଜ ଜିନିଷପତ୍ର ଧରି ଦୂରକୁ ଚାଲିଯାଇଥିଲେ।

Share