କଟକ,୧୬ା୨(କାର୍ତ୍ତିକ ସାହୁ): ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲି ସେଥିରେ ଥିବା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଗଣନା ପାଇଁ ଗଠିତ ଉଚ୍ଚ ସ୍ତରୀୟ କମିଟିର ଅଧକ୍ଷ ନିଯୁକ୍ତି ୪ ସପ୍ତାହ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଆଗାମୀ ୪ ସପ୍ତାହ ପରେ ମାମଲାର ପରବର୍ତ୍ତି ଶୁଣାଣି ହେବ ବୋଲି ଧାର୍ଯ୍ୟ କରିଛନ୍ତି। ହାଇକୋର୍ଟ ବା ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ କମିଟିର ଅଧ୍ୟକ୍ଷ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିବା ନେଇ ଶୁକ୍ରବାର ଶୁଣାଣି ବେଳେ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ହାଇକୋର୍ଟ ସେପ୍ଟେମ୍ବର ୨୯ରେ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ଭାଜପାର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏକ ଅନ୍ତରୀଣ ଆବେଦନ କରିଥିଲେ।
Posted inଆମ ଜିଲା ଖବର, କଟକ