ଖୋଲିବ ଭିତର ରତ୍ନଭଣ୍ଡାର, ରହିବ ଏହିସବୁ କଟକଣା, ସକାଳ ୮ଟାରୁ…

ପୁରୀ,୧୬।୭: ତାଲା, ଚାବି ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇ କହିଛନ୍ତି, ବାହାର ରତ୍ନଭଣ୍ଡାରର ୩ଟି ତାଲା ସେଦିନ ନିର୍ଦ୍ଧାରିତ ଚାବିରେ ଖୋଲିଥିଲା। ବାହାର ରତ୍ନଭଣ୍ଡାର ତାଲା ଫିଟିବା ପରେ ଭିତର ରତ୍ନଭଣ୍ଡାର ଦେଖିଥିଲୁ।

୩ଟି ତାଲା ଭଙ୍ଗାଯାଇଥିଲେ ବି ୨ଟି ନୂଆ ତାଲା ପକାଇବା ସମ୍ଭବ ହୋଇଥିଲା। ୨ଟି ନୂଆ ତାଲାର ଚାବି ଓ ଭଙ୍ଗାଯାଇଥିବା ତାଲା ଟ୍ରେଜେରୀରେ ଜିମା ଦିଆଯାଇଛି। ଗୁରୁବାର ଟ୍ରେଜେରୀରୁ ନୂଆ ତାଲାର ଚାବି ଆଣି ଆଉଥରେ ରତ୍ନଭଣ୍ଡାର ଖୋଲାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ତେବେ ଆସନ୍ତା ୧୮ ତାରିଖ ଗୁରୁବାର ପୁଣି ଖୋଲାଯିବ ରତ୍ନଭଣ୍ଡାର। ଏନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବ। ଏହି ସୟମରେ ପ୍ରାୟ ସକାଳ ୮ଟା ବେଳକୁ ମନ୍ଦିର ପ୍ରବେଶ କଟକଣା କରାଯିବ। ସେହି ସମୟରେ ସାଧାରଣ ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ କଟକଣା ରହିବ।

ମୁଖ୍ୟ ପ୍ରଶାସକଙ୍କ କହିବାନୁସାରେ, ଭିତର ଭଣ୍ଡାରରେ କାନ୍ଥକୁ ଲାଗି ସିନ୍ଦୁକ, ଆଲମାରୀ ରହିଥିଲା। ସମୟ ଅଭାବରୁ ରବିବାର ଆମେ ସିନ୍ଦୁକ, ଆଲମାରୀ ଖୋଲାଯାଇପାରି ନଥିଲା। ପରବର୍ତ୍ତୀ ସମୟରେ ଖୋଲିବାକୁ ନିଷ୍ପତ୍ତି ନେଇ ନୂଆ ତାଲା ପକାଇ ସିଲ କରିଥିଲୁ। ପ୍ରଥମେ ରତ୍ନଭଣ୍ଡାରରେ ଥିବା ଗହଣା ଗୁଡ଼ିକୁ ସ୍ଥାନାନ୍ତର କରାଯାଉଛି। ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ ପରେ ମୂଳ ରତ୍ନଭଣ୍ଡାର ମରାମତି ହେବ। ଏଏସଆଇ ଦ୍ବାରା ମରାମତି କାର୍ଯ୍ୟ ସରିବା ପରେ ଗଣତି, ମଣତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ

ନବରଙ୍ଗପୁର,୨୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବିନା ସୂଚନା ଫଳକରେ ବହୁ ଉନ୍ନୟନ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । କିଏ ଓ କେଉଁ...

Mohan Bhagwat:‘ଗୋଟିଏ ମନ୍ଦିର, ଗୋଟିଏ କୂଅ, ଗୋଟିଏ ଶ୍ମଶାନ’, ହିନ୍ଦୁ ଏକତାକୁ ନେଇ ଭାଗବତଙ୍କ ନୂଆ ଫର୍ମୁଲା

ନୂଆଦିଲ୍ଲୀ,୨୧।୪: ବାଂଲାଦେଶ ଏବଂ ପଶ୍ଚିମବଙ୍ଗରେ ହିଂସାର ଭୟଙ୍କର ଦୃଶ୍ୟ ଦେଖିବା ପରେ, ଅନେକ ଲୋକ ହିନ୍ଦୁ ଏକତା ପାଇଁ ଆହ୍ବାନ ଦେଉଛନ୍ତି। ଆରଏସଏସ ମୁଖ୍ୟ Mohan...

ଲିକ ହେଲା ଆମେରିକାର War Plan, Signalରେ ଶେୟାର କରି ଗୁଇନ୍ଦା ସୂଚନା ଦେଲେ ରକ୍ଷା ସଚିବ

ଓ୍ବାଶିଂଟନ,୨୧।୪: ହୁଥି ବିଦ୍ରୋହୀଙ୍କ ଉପରେ ଆକ୍ରମଣ ଯୋଜନା ପୁଣି ଥରେ ପ୍ରକାଶ ପାଇଛି। ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗସେଥ ମାର୍ଚ୍ଚ ମାସରେ ୟେମେନର ଇରାନ-ସମର୍ଥିତ...

ଗର୍ଭପାତ ନ କରିବାରୁ ପ୍ରେମିକାଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ ପ୍ରେମିକ

ମାଲକାନଗିରି,୨୧ା୪(ଗୌରୀଶଙ୍କର ପଣ୍ଡା): ଗତ ଏପ୍ରିଲ ୧୨ରେ ମାଲକାନଗିରି ବ୍ଲକ ରେଙ୍ଗାବନ୍ଧ ଗ୍ରାମ ନିକଟ ଜଙ୍ଗଲରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଜବତ ଘଟଣାରେ ପୋଲିସ ତଦନ୍ତ...

ଏଇ ଭାରତରେ

ନିନ୍ଦା, ଟାହିଟାପରା କରିବା ଲୋକେ ତ ସମାଜରେ ଅନେକ ମିଳନ୍ତି, କିନ୍ତୁ ଲୋକନିନ୍ଦାକୁ ନିଜର ସାମର୍ଥ୍ୟ କରି ଗଢ଼ି ତୋଳନ୍ତି କ୍ୱଚିତ୍‌। ଏମିତି ଜଣେ ବ୍ୟକ୍ତିତ୍ୱ...

ବୁଦ୍ଧିଜୀବୀ ବନାମ ରାଜନେତା

ନସାଧାରଣଙ୍କ ପୁଞ୍ଜିରେ ନିର୍ମିତ ବିଭିନ୍ନ ପ୍ରକାର ଲୋକାର୍ପଣ ଉତ୍ସବଗୁଡ଼ିକରେ ଫିତାକଟା ସମୟରେ ଅତିଥି ଭାବରେ ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରେ ମୁଖ୍ୟତଃ ରାଜନେତାଙ୍କର ଫଟୋ ଦେଖିବାକୁ ମିଳୁଛି।...

ମଣିଷ ଦର

ମଗ୍ରିକ ଭାବେ ବିଚାରକଲେ ଦର ହେଉଛି ଏକ ମୂଲ୍ୟ ନିରୂପଣର ମାଧ୍ୟମ। ତେବେ ବସ୍ତୁ, ସାମଗ୍ରୀ ଆଦି ଯଥାର୍ଥରେ ମୂଲ୍ୟ ନିରୂପଣ ଯୋଗ୍ୟ ବା କରିବା...

JD Vance: ସପରିବାର ଜୟପୁର ଯିବେ ଆମେରିକା ଉପରାଷ୍ଟ୍ରପତି, ଚନ୍ଦା-ପୁଷ୍ପା କରିବେ ସ୍ବାଗତ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେମ୍ସ ଡେଭିଡ ଭାନ୍ସ ସୋମବାର(ଏପ୍ରିଲ ୨୧) ରାଜସ୍ଥାନର ରାଜଧାନୀ ଜୟପୁରରେ ପହଞ୍ଚିଛନ୍ତି। ଶୁଳ୍କ ବିବାଦ ମଧ୍ୟରେ ଭାରତ ଆସୁଥିବା ଆମେରିକାର ଉପରାଷ୍ଟ୍ରପତିଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image