ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଏମିତି କହିଲେ ଜଗନ୍ନାଥଙ୍କ ବାଡଗ୍ରାହୀ

ପୁରୀ,୧୦।୭: ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବହୁଦିନ ହେବ କହି ଆସୁଥିଲି ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲାଯାଉ । ଯାହାର ଅଭିଜ୍ଞତା ଥିବ ସେମାନଙ୍କୁ ନେଇ ରତ୍ନଭଣ୍ଡାର ଖୋଲାଯାଉ । ଏଣୁତେଣୁ ଲୋକଙ୍କୁ ନେଇ ରତ୍ନଭଣ୍ଡାର ଖୋଲିଲେ କିଛି ଲାଭ ନାହିଁ । ପ୍ରତ୍ୟେକ ସେବାୟତ ନିଯୋଗରୁ ଜଣେ ଲେଖାଏ ଅଭିଜ୍ଞ ସେବାୟତଙ୍କୁ ରଖାଯିବା ସହ ସ୍ଥାନୀୟ ବିଧାୟକ ଓ ଏମ୍‌ପିଙ୍କ ରତ୍ନଭଣ୍ଡାର ଖୋଲାଯିବା ବେଳେ ଉପସ୍ଥିତ ରୁହନ୍ତୁ । ଯେଉଁ ବଣିଆ ଭଲଭାବେ ରତ୍ନ ଚିହ୍ନଟ କରିପାରିବେ ସେମାନଙ୍କୁ ନେଇ ଏହାର ଚିହ୍ନଟ କରାଯାଉ । ରତ୍ନଭଣ୍ଡାର ପାଇଁ ଷ୍ଟ୍ରଙ୍ଗ ରୁମ ହେଉ । ରତ୍ନଭଣ୍ଡାର ସୁରକ୍ଷିତ ଅଛି କି ନାହିଁ ତାହାକୁ ଆଗ ଯାଞ୍ଚ କରାଯାଉ । ଏହାକୁ ମରାମତି କରି ରତ୍ନଭଣ୍ଡାରକୁ ଆହୁରି ସୁରକ୍ଷିତ କରାଯାଉ ।

Share