କଟକ ୨୯।୯: ହାଇକୋର୍ଟ ଶୁକ୍ରବାର ରତ୍ନଭଣ୍ଡାର ମାମଲାର ରାୟ ଶୁଣାଇବେ । ଗତ ୨୬ ତାରିଖରେ ସମସ୍ତ ପକ୍ଷଙ୍କୁ ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ ।
ଅପରାହ୍ଣ ୨ଟାରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଏବଂ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବ ସଂରକ୍ଷିତ ରାୟ ପ୍ରକାଶ କରିବେ ।
ତେଣୁ ରତ୍ନଭଣ୍ଡାର ଖୋଲିବ କି ନାହିଁ , ଏହାର ମରାମତି ତଥା ଅଳଙ୍କାରର ଗଣନା ହେବ କି ନାହିଁ ସେ ସଂପର୍କରେ ଦୀର୍ଘଦିନ ଧରି ଚାଲିଥିବା କଳ୍ପନା ଜଳ୍ପନାର ସମାପ୍ତି ଘଟିବ।