ରତ୍ନଭଣ୍ଡାର ପ୍ରସଙ୍ଗ: ପ୍ରମିଳାଙ୍କୁ ଏମିତି କଡ଼ା ଜବାବ ଦେଲେ ଆଇନ ମନ୍ତ୍ରୀ…

ଭୁବନେଶ୍ୱର,୫।୭: ରତ୍ନଭଣ୍ଡାର ଖୋଲିବା ନେଇ ପୂର୍ବରୁ ଗଠିତ କମିଟି ଭଙ୍ଗାଯାଇ ରାଜ୍ୟ ସରକାର ୧୬ ଜଣିଆ ନୂତନ କମିଟି ଗଠନ କରିଛନ୍ତି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ନିଜର ପ୍ରତିକ୍ରିୟା ରଖିଛନ୍ତି, ସେ କହିଛନ୍ତି ମନ୍ଦ ଉଦ୍ଦେଶ୍ୟ ରଖି ପୂର୍ବ କମିଟି ଭଙ୍ଗାଯାଇଛି। ଏହାକୁ ନେଇ ସେମାନେ ଖାଲି ଭୂଆଁ ବୁଲେଇବେ ବୋଲି ପ୍ରମିଳା କହିଛନ୍ତି। ତେବେ ଏ ନେଇ ପ୍ରମିଳାଙ୍କୁ କଡ଼ା ଜବାବ ଦେଇଝନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କମିଟି କାହିଁକି ଭାଙ୍ଗିଲା ପଚାରିବା ଦୁର୍ଭାଗ୍ୟଜନକ। ‘୨୪ ବର୍ଷର ସରକାର ରତ୍ନଭଣ୍ଡାର ଖୋଲି ପାରିଲେନି, ଏବେ ପଚାରୁଛନ୍ତି’ ବୋଲି ଆଇନମନ୍ତ୍ରୀ କହିଛନ୍ତି।