ରତ୍ନଭଣ୍ଡାର ପ୍ରସଙ୍ଗ: ସିବିଆଇ ତଦନ୍ତ ଦାବି କଲେ ସୁଦର୍ଶନ

ପୁରୀ,୬ା୮(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୋମବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରତ୍ନଭଣ୍ଡାର ସମ୍ପର୍କରେ ଆଲୋଚନା କରାଯାଇଥିଲା। ମୁଖ୍ୟତଃ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ରତ୍ନଭଣ୍ଡାର ଯାଞ୍ଚ, ମରାମତି ସହ ପୁରୁଣା ସିନ୍ଦୁକ ଓ ଆଲମାରି ଆଦିକୁ ସ୍ଥାନାନ୍ତର କରିବାକୁ ଆଲୋଚନା ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଯୋଗଦେଇ ରତ୍ନଭଣ୍ଡାର ପ୍ରସଙ୍ଗରେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି।
ମତ ଦେଇଥିଲେ ଯେ, ଗତ ମାସ ୧୪ ତାରିଖରେ ପ୍ରଥମ ଥର ପାଇଁ ରତ୍ନଭଣ୍ଡାରକୁ ତଦାରଖ କମିଟି ପ୍ରବେଶ କରି ବାହାର ରତ୍ନଭଣ୍ଡାରରୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର କରିଥିଲେ। ବାହାର ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମ୍ପନ୍ନ କରି ଭିତର ରତ୍ନଭଣ୍ଡାର ନିକଟକୁ ଯାଇଥିଲେ। ତେବେ କମିଟି ଦେଖିବାକୁ ପାଇଥିଲେ ଯେ, ଭିତର ରତ୍ନଭଣ୍ଡାର ଦ୍ୱାରରେ ୩ଟି ତାଲା ପଡ଼ିଛି। ୩ଟି ତାଲା ମଧ୍ୟରୁ ଗୋଟିଏ ସିଲ୍‌ ଥିବାବେଳେ ଦୁଇଟି ତାଲାରେ ସିଲ୍‌ ବା ଜଉମୁଦ ନ ଥିଲା। ଯାହାକୁ ନେଇ ଭକ୍ତଙ୍କ ମନରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଉକ୍ତ ଘଟଣାର ସିବିଆଇ ତଦନ୍ତ କରାଯିବାକୁ ଅନୁରୋଧ କରାଯାଉ ବୋଲି ସୁଦର୍ଶନ ଦାବି କରିଛନ୍ତି। ଅପରପକ୍ଷରେ ଭିତର ରତ୍ନଭଣ୍ଡାର ଅବସ୍ଥା କ’ଣ ଥିଲା ତାହା ମଧ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଛି, ଯାହାକୁ ନେଇ ଭକ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହେଲାଣି। ତେଣୁ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ସନ୍ଦେହକୁ ଦୂର କରିବା ସହ ସତ୍ୟ ସାମ୍ନାକୁ ଆସିବା ନିମନ୍ତେ ସରକାର ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ। ଫଳରେ କେଉଁ ମସିହାରେ ରତ୍ନଭଣ୍ଡାର ଶ୍ରୀମନ୍ଦିରରେ ନିର୍ମାଣ କରାଯାଇଥିଲା, କେବେ ରତ୍ନଭଣ୍ଡାର ଖୋଲାଯାଇଥିଲା ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ବହୁ ତଥ୍ୟ ଲୋକଲୋଚନକୁ ଆସିପାରିବ। ତେଣୁ ସିବିଆଇ ତଦନ୍ତ କରାଯିବା ଉଚିତ ବୋଲି ସୁଦର୍ଶନ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ପ୍ରେମିକାଙ୍କୁ ସୁଟକେସ୍‌ରେ ଭର୍ତ୍ତି କରି ହଷ୍ଟେଲ୍‌ ଭିତରକୁ ନେଉଥିଲେ ପ୍ରେମିକ: ଧରାପଡ଼ିବାରୁ…ଦେଖନ୍ତୁ ଭିଡିଓ

ଆଜିକାଲି ପ୍ରେମ କେବଳ ଅନ୍ଧ ନୁହେଁ, ଏହା ଅଧିକ କ୍ରିଏଟିଭ୍‌ ମଧ୍ୟ ହୋଇଯାଇଛି। ନିକଟରେ ପ୍ରେମର ଏମିତି ଏକ ଉପାୟ ଭାଇରାଲ ହୋଇଛି, ଯାହା ଯେକେହି...

ସାରାଦେଶରେ ପୁଣି UPI DOWN, ପେମେଣ୍ଟବେଳେ ହେଉଛି ସମସ୍ୟା

ନୂଆଦିଲ୍ଲୀ,୧୨।୪: ଆଜି, ସାରା ଦେଶରେ ଲୋକମାନେ UPI ମାଧ୍ୟମରେ ପେମେଣ୍ଟ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। UPI ବ୍ୟବହାର କରି କାରବାର କରିବା ସମୟରେ ହଜାର...

ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ତାରାତାରିଣୀ: ଅଧରପଣା ପରେ  ସନ୍ତୁଷ୍ଟ ହୋଇ  ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୧୨।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ  ପୀଠରେ ଦୀର୍ଘ ଏକମାସ ଧରି  ମହାଆଡମ୍ବରରେ ଅନୁଷ୍ଠିତ ହୋଇଆସୁଥିବା ଚୈତ୍ରପର୍ବ ଶନିବାର ପବିତ୍ର ପୂର୍ଣ୍ଣମୀ...

Pakistan Earthquake: ପାକିସ୍ତାନରେ ଭୂକମ୍ପ ଝଟ୍‌କା, ଘରୁ ଭୟରେ ଦୌଡିଲେ ଲୋକ

ଇସଲାମବାଦ,୧୨।୪: ଥରିଲା ପାକ୍‌। ଶନିବାର ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଯାହା ଫଳରେ ଅନେକ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ରିକ୍ଟର ସ୍କେଲରେ 5.8 ତୀବ୍ରତାରେ...

Summer Vacation 2025: ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର, ଘୋଷଣା ହେଲା ଖରାଛୁଟି, ଏଥର ମିଳିଲା ଲମ୍ବାଛୁଟି

କୋଲକତା,୧୨।୪: ଏପ୍ରିଲ ଆରମ୍ଭରୁ ତାତି ଏତେ ବଢିଲାଣି ଯେ, ବାହାରକୁ ବାହାରିବା ବି ମୁସ୍କିଲ ହୋଇପଡ଼ିଲାଣି । ଏହାରି ଭିତରେ ଗ୍ରୀଷ୍ମ ତାତିକୁ ଦୃଷ୍ଟିରେ ରଖି...

IPL ୨୦୨୫ ମଝିରେ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା, ହଠାତ ବଡ଼ ନିଷ୍ପତ୍ତି ନେଇ ଦଳ ଛାଡ଼ିଲେ ଏହି ଷ୍ଟାର ଖେଳାଳି…

ନୂଆଦିଲ୍ଲୀ,୧୨।୪: ଆଇପିଏଲ୍‌ ୨୦୨୫ରେ ଏଯାବତ ୨୫ ମ୍ୟାଚ୍‌ ଖେଳାଯାଇଛି। ଏବେ ବି ପ୍ଲେଅଫ୍‌କୁ ବହୁତ ସମୟ ଥିବା ବେଳେ ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍‌କା ଲାଗିଛି।...

୧୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ: ବେପାରୀଙ୍କୁ ବାନ୍ଧିଲା ପୋଲିସ

ବାଲେଶ୍ୱର,୧୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ଼ ବଜାର ମସ୍‌ଜିଦ୍‌ ଗଳି ଅଞ୍ଚଳର ବ୍ରାଉନସୁଗାର ବେପାରୀ ସେକ କୁର୍ବାନଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି।...

ପ୍ରତାପ ଦେବଙ୍କ ଘରେ ବୈଠକକୁ ନେଇ ବଡ଼ ବୟାନ ଦେଲେ ଦେବୀ, କହିଲେ ସଭାପତି ବଛାଯିବ…

ଭୁବନେଶ୍ୱର,୧୨।୪: ବଡ଼ ଖବର। ନିର୍ବାଚନ ଅଧିକାରୀ ତଥା ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ବସିଛି ବଡ଼ ବୈଠକ। ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଦେବୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image