ଖୋଲିଲା ରତ୍ନଭଣ୍ଡାର

ପୁରୀ,୧୪ା୭: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲିଛି ରତ୍ନଭଣ୍ଡାର। ରବିବାର ଅପରାହ୍ନ ୧ଟା ୨୮ରେ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର। ପୂର୍ବରୁ ସମୟ ନିର୍ଦ୍ଧାରିତ ହୋଇଥିବା ବେଳେ ଠିକ୍‌ ସମୟରେ ଖୋଲିଛି ରତ୍ନଭଣ୍ଡାର। ପ୍ରଥମେ ବାହାର ଭଣ୍ଡାର ଦ୍ୱାର ଖୋଲାଯାଇଥିଲା। ଏହା ପରେ ଭିତର ରତ୍ନଭଣ୍ଡାର ଦ୍ୱାର ଖୋଲାଯିବ। ଏନେଇ ପ୍ରକ୍ରିୟା ଜାରି ରହିଛି। ତେବେ ଆଜି ଗଣତି ହେବ ନାହିଁ କେବଳ ଯାଞ୍ଚ ହେବ ବୋଲି  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି।

ରତ୍ନଭଣ୍ଡାର ଭିତରକୁ ୧୧ ଜଣ ସଦସ୍ୟ ଯାଇଛନ୍ତି। ଏମାନଙ୍କ ମଧ୍ୟରେ ଯାଞ୍ଚ କମିଟିର ୨ ଜଣ ସଦସ୍ୟ ଜଷ୍ଟିସ ରଥ ଓ ଡାକ୍ତର ସିବିକେ ମହାନ୍ତି ଭିତରକୁ ଯାଇଛନ୍ତି। ଏଥିସହ ଗଜପତି ମହାରାଜାଙ୍କ ପ୍ରତିନିଧି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ , ଏଏସ୍‌ଆଇ ଅଧୀକ୍ଷକ ଡିବି ଗଡ଼ନାୟକ ରତ୍ନଭଣ୍ଡାର ସବ୍‌ କମିଟି ସଦସ୍ୟ, ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଭିତରକୁ ଯାଇଥିବାର ଜଣାପଡ଼ିଛି।

୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରଥମେ ମାର୍ଚ୍ଚ ୨୬ରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଟିମ ରତ୍ନଭଣ୍ଡାର ଯାଞ୍ଚ କରିଥିଲେ। ପରେ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ୧୭ ଜଣିଆ ପ୍ରାଧିକୃତ ଟିମ୍‌ ଯାଇଥିଲା। ତେବେ ଚାବି ହଜିଥିବାରୁ ଭିତର ରତ୍ନଭଣ୍ଡାର ଖୋଲାଯାଇପାରି ନ ଥିଲା। ପରେ ଚାବି ହଜିବା ସମ୍ପର୍କରେ ସରକାରଙ୍କ ପକ୍ଷରୁ ଜଷ୍ଟିସ ରଘୁବୀର ଦାସ କମିଶନ ତଦନ୍ତ କରିଥିଲା। ମାତ୍ର ତଦନ୍ତ ରିପୋର୍ଟ ସାର୍ବଜନୀନ କରାଗଲା ନାହିଁ। ଶ୍ରୀମନ୍ଦିର ରେକର୍ଡ ଅଫ୍‌ ରାଇଟସ ମୁତାବକ ପ୍ରତି ତିନିବର୍ଷରେ ରତ୍ନଭଣ୍ଡାର ଖୋଲାହେବା ନିୟମ ରହିଥିବାବେଳେ ଆଜିକୁ ପ୍ରାୟ ୪୬ ବର୍ଷ ହେବ ଏହା ଖୋଲାଯାଇ ନ ଥିଲା।

ସୂଚନାଯୋଗ୍ୟ, ଶେଷଥର ପାଇଁ ୧୯୭୮ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲଗାତର ୫ ମ୍ୟାଚ୍‌ ହାରି ବି ପ୍ଲେ-ଅଫ୍‌ରେ ପହଞ୍ଚିପାରିବ CSK: ଜାଣନ୍ତୁ କ’ଣ ଅଛି ସମୀକରଣ

ଚେନ୍ନାଇ,୧୨।୪: ମହେନ୍ଦ୍ର ସିଂହ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସକୁ IPL 2025ର ୨୫ତମ ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡିଛି। ଏହା କୋଲକାତା ନାଇଟ...

ଝାରସୁଗୁଡ଼ାରେ ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର

ଝାରସୁଗୁଡ଼ା,୧୨ା୪: ଝାରସୁଗୁଡ଼ାରେ ୨ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ହୋଇଛି। ଏହି ଦୁଇ ଅଭିଯୁକ୍ତ ହେଲେ ଶେଖ୍‌ ଆସିଫ୍‌ ଏବଂ ଅଭିଷେକ ବାରିକ୍‌। ଉଭୟଙ୍କୁ ବେଲପାହାଡ଼- ଝାରସୁଗୁଡ଼ା ରାସ୍ତାରେ...

ରାସ୍ତାକଡ଼ ପାଉଁଶ ଗୁଣ୍ଡ ନେଲା ଶିଶୁର ଜୀବନ: ଖସିଯିବାକୁ ରାଇସ ମିଲ ମାଲିକଙ୍କ ଉଦ୍ୟମ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ମହୁଲେ ଅଞ୍ଚଳର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାସ୍ତାପାଶର୍‌ବରେ ପଡିଥିବା ରାଇସ ମିଲରୁ ନିଷ୍କାସିତ...

ପ୍ରସ୍ତାବିତ ୪୦ ସମବାୟ ସମିତି ଖୋଲାଯାଇ କାର୍ଯ୍ୟକ୍ଷମ ଦାବି

ନୂଆପଡ଼ା,୧୨ା୪ (ମକାରୁ ବେମାଲ):ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଗୁରୁବାର ବରଗଡ଼ ଜିଲା ଗସ୍ତରେ ଆସିଥିବାବେଳେ ନୂଆପଡ଼ା ଜିଲାର ବରିଷ୍ଠ ଭାଜପା...

ବିନା ଲାଇସେନ୍ସରେ ବେଆଇନ ମହୁଲ ଫୁଲ ସଂଗ୍ରହ: ପିକ୍‌ଅପ୍‌ ଜବତ, ଜଣେ ଗିରଫ

ଦେବଗଡ଼,୧୨ା୪(ଶଶାଙ୍କ ଶେଖର ଝାଙ୍କର): ବିନା ଲାଇସେନ୍ସରେ ବେଆଇନ ମହୁଲ ସଂଗ୍ରହ ବେଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୧୪ କ୍ୱିଣ୍ଟାଲ ମହୁଲ ଜବତ କରାଯିବା...

୧୦ ଦିନ ହେଲା ନାହିଁ ମୋବାଇଲ ନେଟ୍‌ଓ୍ବର୍କ, ଉପଭୋକ୍ତା ହନ୍ତସନ୍ତ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ପରିଚିତ ପର୍ତ୍ତମାହାରେ ଗତ ୧୦ଦିନ ହେଲା ବିଏସ୍‌ଏନ୍‌ଏଲ୍‌ର ମୋବାଇଲ ନେଟ୍‌ଓ୍ବର୍କ ଠପ୍‌ ହୋଇଯାଇଛି।...

୨୧ରେ ଭାରତ ଆସିପାରନ୍ତି ଜେ.ଡି. ଭାନ୍ସ

ନୂଆଦିଲ୍ଲୀ,୧୨।୪:ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ମାଇକ୍‌ ଓ୍ବାଲ୍ଟଜ୍‌ ଆସନ୍ତା ୨୧ରୁ ୨୪ ମଧ୍ୟରେ ଭାରତ ଆସିପାରନ୍ତି। ଭାନ୍ସଙ୍କ ସହ ତାଙ୍କ...

ମୋବାଇଲ ଦୋକାନରୁ ଚୋରି ଘଟଣା: ୩୦ ମୋବାଇଲ ସମେତ ୭୧୦୦ ଟଙ୍କା ଜବତ

ଭବାନୀପାଟଣା,୧୨ା୪: କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଶୁକ୍ରବାର ବିଭିନ୍ନ କମ୍ପାନୀର ୩୦ଟି ଚୋରି ମୋବାଇଲ ସମେତ ନଗଦ ୭୧ଶହ ଟଙ୍କା ଜବତ କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image