ଆଜି ବସିବ ରତ୍ନଭଣ୍ଡାର ପରିଚାଳନା କମିଟି ବୈଠକ: ରତ୍ନଭଣ୍ଡାର ଖୋଲିବା ନେଇ…

ପୁରୀ,୧୦।୭: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବୁଧବାର ବସିବ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇପାରେ । ରାଜ୍ୟ ସରକାରଙ୍କ ପକ୍ଷରୁ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନଭଣ୍ଡାର ଯାଞ୍ଚ କମିଟି ଆଗାମୀ ୧୪ ତାରିଖ ଭଣ୍ଡାର ଘର ଖୋଲିବା ପାଇଁ ନେଇଥିବା ନିଷ୍ପତି ଉପରେ ଆଲୋଚନା କରାଯିବ । ପହଣ୍ଡି ଅଘଟଣକୁ ନେଇ ମଧ୍ୟ ଆଲୋଚନା ହୋଇପାରେ ।
ଏହା ସହ ଭଣ୍ଡାରର ମରାମତି, ରତ୍ନ ଅଳଙ୍କାର ଗଣତି ଓ ମଣତି ନେଇ କମିଟି କରିଥିବା ଏସ୍‌ଓପି ଉପରେ ମଧ୍ୟ ଆଲୋଚନା ହେବ। ପରିଚାଳନା କମିଟି ପ୍ରସ୍ତାବ ଉପରେ ସବିଶେଷ ଆଲୋଚନା କରିବା ସହ ଯାହା ନିଷ୍ପତି ନିଆଯିବ ତାହା ରାଜ୍ୟ ସରକାରଙ୍କୁ ଜଣାଇବା ସହ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।
Share