ଆଜି ପୁଣି ଖୋଲିବ ରତ୍ନଭଣ୍ଡାର

ପୁରୀ,୨୩ା୮: ଆଜି ଅର୍ଥାତ୍‌ ଶୁକ୍ରବାର ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଏସ୍‌ଓପି ଅନୁସାରେ ଖାଲି କରାଯାଇଥିବା ଆଲମାରୀ ଓ ସିନ୍ଦୁକ ସ୍ଥାନାନ୍ତର କରାଯିବ। ଅପରାହ୍ନ ୧ଟାରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେବ। ସ୍ଥାନାନ୍ତର ସରିବା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ମାତ୍ର ଆନନ୍ଦ ବଜାରରୁ ଅବଢ଼ା ମିଳିବ ବୋଲି ସୂଚନା ମିଳିଛି।  ଜଗମୋହନରୁ ବେହରଣ ଦ୍ବାର ଦେଇ ପଶ୍ଚିମଦ୍ବାର ନିକଟ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମ୍‌କୁ ଆଲମାରୀ ଓ ସିନ୍ଦୁକ ସ୍ଥାନାନ୍ତର କରାଯିବ।

ସ୍ଥାନାନ୍ତରଣ ସରିବା ପରେ ଦର୍ଶନ ଆରମ୍ଭ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପ ମୁଖ୍ୟ ପ୍ରଶାସକ। ସୂଚନା ଅନୁସାରେ, ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାରରେ ୩ଟି କାଠ ଆଲମାରୀ, ଗୋଟିଏ ଷ୍ଟିଲ ଆଲମାରୀ, ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଛି। ଏଥିରେ ଥିବା ସମସ୍ତ ଅଳଙ୍କାର ଷ୍ଟ୍ରଙ୍ଗରୁମରେ ରଖାଯାଇଛି।

ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ପ୍ରବେଶ ଓ ଯାଞ୍ଚ ପାଇଁ ୧୨ଜଣିଆ କମିଟି ଗଠନ ହୋଇଛି। ଏଥିରେ  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥ, ସଦସ୍ୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ରାଜୀବ ସାହୁ, ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସମହାପାତ୍ର, ସୌମେନ୍ଦ୍ର ମୁଦାଲି, ଭଣ୍ଡାର ମେକାପ ଗଣେଶ ମେକାପ, ତଢ଼ଉକରଣ ସୁଧାଂଶୁ ଶେଖର ପଟ୍ଟନାୟକ, ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ ପ୍ରମୁଖ କମିଟିରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ଭାଙ୍ଗିଲା ଏପ୍ରିଲ ତାତି:

ଭୁବନେଶ୍ୱର,୨୩ା୪(ଅନୁରାଧା ମହାରଣା):ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ୁଥିବାବେଳେ ମଙ୍ଗଳବାର ପୂର୍ବର ସବୁ ରେକର୍ଡ ଭାଙ୍ଗିଛି। ଝାରସୁଗୁଡା ଏପ୍ରିଲ ମାସର ତାତିରେ ସର୍ବକାଳୀନ ରେକର୍ଡ କରିଛି। ୧୯୫୩...

ସକାଳୁଆ ଅଫିସ ନିର୍ଦ୍ଦେଶକୁ ଅବମାନନା: ୧୦ଟାରେ ଖୋଲୁଛି ଆରଡବ୍ଲୁଏସଏସ, ଆରଡି ଅଫିସ

ଭଞ୍ଜନଗର,୨୩।୪(ବାବୁଲା ପ୍ରଧାନ):ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧିକୁ ଦେଖି ସରକାର ବୁଧବାର (ଆଜି ଠାରୁ) ବିଦ୍ୟାଳୟ ଓ କଲେଜ ଗୁଡିକ ବନ୍ଦ ଘୋଷଣା କରିଛନ୍ତି। ଯେଉଁଠି ପରୀକ୍ଷା ଚାଲିଛି...

ପହଲଗାମ ପରେ ଟାର୍ଗେଟ୍‌ରେ ଉରି: ୨ ଆତଙ୍କବଦୀ ନିପାତ

ଶ୍ରୀନଗର,୨୩।୪:ଜମ୍ମୁ କଶ୍ମୀରର ପହଲଗାମ ପରେ ଉରି ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା। କିନ୍ତୁ ସେନା ଆତଙ୍କବାଦୀଙ୍କ ଉଦ୍ୟମକୁ ପଣ୍ଡ କରିଦେଇଛି। ବୁଧବାର ସେନା ଅନୁପ୍ରବେଶ କରିବାକୁ ଚେଷ୍ଟା...

୩୦ ବର୍ଷ ପୂର୍ବରୁ ଓ ପରେ

ବିଶ୍ୱର ପ୍ରାୟ ସମସ୍ତ ବିକଶିତ ଦେଶ ସେମାନଙ୍କ ମାନବ ଶକ୍ତିକୁ ବିଭିନ୍ନ କ୍ଷେତ୍ରରେ ସର୍ବାଧିକ ବିନିଯୋଗ କରିପାରିଛନ୍ତି। ଏହି କ୍ରମରେ ଭାରତ ପାଇଁ ଏଭଳି କରିବା...

ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ବରଗଡ଼ ଜିଲା ଗସ୍ତ

ବରଗଡ଼,୨୩।୪(ପ୍ରେମାନନ୍ଦ ଖମାରୀ) : ଓଡିଶା ଖାଦ୍ୟ ଆୟୋଗ ସଦସ୍ୟ ଦୟାନିଧି ଦାଶ ଏବଂ ଅକ୍ଷୟ କୁମାର ବେହେରା ତିନି ଦିନିଆ ବରଗଡ଼ ଜିଲା ଗସ୍ତରେ ଆସିଛନ୍ତି।...

ପ୍ରତିଶୋଧ ନେବ ଭାରତ: ଭୟରେ ଥରହର ପାକିସ୍ତାନ ବାୟୁସେନାକୁ କଲା ସତର୍କ

ନୂଆଦିଲ୍ଲୀ,୨୩।୪: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପାକିସ୍ତାନ ତାର ବାୟୁସେନାକୁ ହାଇ ଆଲର୍ଟରେ ରଖିଛି। ପାକିସ୍ତାନୀ ବାୟୁସେନାର ଗୋଇନ୍ଦା ବିମାନ ଭାରତୀୟ ସୀମା ସଂଲଗ୍ନ ଅଞ୍ଚଳର...

ସାନଭାଇ ବାହାଘର ଦିନ ବଡ଼ଭାଇଙ୍କ ଆତ୍ମହତ୍ୟା

ବଡ଼ଗାଁ,୨୩।୪(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ନିକଟ ଲାଲମଟିଆ ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ସାନଭାଇଙ୍କ ବାହାଘର ଦିନ ଆତ୍ମହତ୍ୟା କରିଛନ୍ତି।...

ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର: ନାବାଳକଙ୍କ ସମେତ ୩ ଅଟକ

ସୁନ୍ଦରଗଡ଼,୨୩ା୪(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ଆଦିବାସୀ ନାବାଳିକା(୧୫)ଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image