୧୯୬୦ ପରଠୁ ରତ୍ନଭଣ୍ଡାର ଚାବିକାଠି ହସ୍ତାନ୍ତର ହୋଇନି

ପୁରୀ ଅଫିସ,୨୮।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକାଠି ବାସ୍ତବରେ ହଜିଥିଲା ନା ଏହା ପ୍ରଶାସନର କପୋଳକଳ୍ପିତ କାହାଣୀ ଥିଲା ତାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମନରେ ନାନା ପ୍ରଶ୍ନ ଉଙ୍କି ମାରିଛି। ରତ୍ନଭଣ୍ଡାର ଭିତର ଘର ଚାବିକାଠି ୧୯୬୦ ମସିହାଠାରୁ କାହାକୁ ହସ୍ତାନ୍ତର ହୋଇନାହିଁ ଏବଂ ପୁରୀ ଜିଲା ଟ୍ରେଜେରିରେ ରହିଛି ବୋଲି ଜଣେ ସୂଚନା ଅଧିକାର କର୍ମୀ ଦାବି କରିବା ପରେ ଏହି ପ୍ରସଙ୍ଗ ପୁଣି ଚର୍ଚ୍ଚା ପରିସରକୁ ଆସିଛି। ଅନ୍ୟପକ୍ଷରେ ଏ ନେଇ ପ୍ରଶାସନ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରି ନାହିଁ।
ସୂଚନା ଅଧିକାରକର୍ମୀ ଦିଲୀପ କୁମାର ବରାଳ କହିଛନ୍ତି, ସୂଚନା ଅଧିକାର ଆଇନ ବଳରେ ସେ ଏ ସଂକ୍ରାନ୍ତ ତଥ୍ୟ ମାଗିଥିଲେ। ଗତ ୨୪ ତାରିଖରେ ଲୋକ ସମ୍ପର୍କ କାର୍ଯ୍ୟାଳୟ, ଜିଲା କୋଷାଗାର ପକ୍ଷରୁ ପ୍ରେରିତ ତଥ୍ୟ ସୋମବାର ତାଙ୍କର ହସ୍ତଗତ ହୋଇଛି। ଏହି ତଥ୍ୟ ଅନୁଯାୟୀ ଶେଷଥର ପାଇଁ ୨୦୧୮ ଅଗଷ୍ଟ ୬ରେ ରତ୍ନଭଣ୍ଡାର ଚାବିକାଠି ଦାଖଲ ହୋଇଥିଲା। ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ ରତ୍ନଭଣ୍ଡାର ଭିତର ଘର ଚାବିକାଠି ଦାଖଲ କରିଥିଲେ। ସେହିପରି ୧୯୬୦ ମସିହାଠାରୁ ଜିଲା କୋଷାଗାର ପକ୍ଷରୁ ରତ୍ନଭଣ୍ଡାର ଭିତରଘର ଚାବିକାଠି କାହାକୁ ହସ୍ତାନ୍ତର ହୋଇନାହିଁ ବୋଲି ତଥ୍ୟରୁ ଜଣାପଡ଼ିଛି। ତେଣୁ ୧୯୭୩ରେ ଶ୍ରୀଦେବୀଙ୍କ ମୂର୍ତ୍ତି ନିର୍ମାଣ ପାଇଁ, ୧୯୭୮ ମସିହାରେ ୨ମାସ ୧୦ଦିନ ଧରି ରତ୍ନଅଳଙ୍କାର ଗଣତି ଉଦ୍ଦେଶ୍ୟରେ ଏବଂ ୧୯୮୫ ଜୁଲାଇ ୧୪ରେ ରତ୍ନଭଣ୍ଡାର ଭିତରଗୃହ ଖୋଲାଯାଇଥିବାବେଳେ ଟ୍ରେଜେରିରୁ ଚାବିକାଠି ହସ୍ତାନ୍ତର ହୋଇ ନ ଥିବା କଥା କିପରି ସମ୍ଭବ ବୋଲି ବରାଳ ପ୍ରଶ୍ନ କରିଛନ୍ତି। ଶ୍ରୀମନ୍ଦିର ନିୟମ ୧୯୬୦ର ଧାରା ୬ ଅନୁଯାୟୀ, ରତ୍ନଭଣ୍ଡାର ଭିତର ଗୃହ ଚାବିକାଠି ଜିଲା କୋଷାଗାରରେ ରଖାଯିବାର ନିୟମ ରହିଛି। ତେବେ ଟ୍ରେଜେରିରୁ ୧୯୬୦ରୁ ସଂପୃକ୍ତ ଚାବିକାଠି ଇସ୍ୟୁ ହୋଇ ନ ଥିବା ବେଳେ ୩ଥର ଭିତରଭଣ୍ଡାର ଚାବିକାଠି କାହା ପାଖରୁ ନିଆଯାଇ ଖୋଲାଯାଇଛି ତାହା ଏକ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ରତ୍ନଭଣ୍ଡାର ଭିତରଗୃହ ଖୋଲାଯିବାର ଅର୍ଥ କାହାରି ପାଖରେ ଚାବି ନିଶ୍ଚିତ ଭାବେ ରହିଥିଲା। ଅର୍ଥାତ୍‌ କୌଣସି ପ୍ରଶାସନିକ ଅଧିକାରୀ ଏହି ଚାବିକାଠିକୁ ନିଜ ପାଖରେ ରଖିଥିଲେ। ଅନ୍ୟପକ୍ଷରେ ଜିଲା କୋଷାଗାର ରତ୍ନଭଣ୍ଡାର ସମ୍ପର୍କିତ ଏଭଳି କିଛି ତଥ୍ୟ ଲୁଚାଇବାକୁ ଚେଷ୍ଟା କରିଛି ଯାହା ଲୁଚିବାର ନାଁ ନେଉନାହିଁ।
ସୂଚନା ଅଧିକାର ଆଇନ ବଳରେ ପ୍ରଶ୍ନ କରାଯାଇଥିଲା ଯେ, ରତ୍ନଭଣ୍ଡାର ଚାବି ପ୍ରଥମ ଥର କେବେ ଦାଖଲ ହୋଇଛି ଓ ପରବର୍ତ୍ତୀ ସମୟରେ ଭିତଭଣ୍ଡାର ଖୋଲାଯିବା ଉଦ୍ଦେଶ୍ୟରେ କେବେ କେବେ ଚାବିକାଠି ଅଣାଯିବା ଓ ଦାଖଲ ହେବା ନେଇ ଟ୍ରେଜେରି ପାଖରେ କ’ଣ ତଥ୍ୟ ରହିଛି। ତେବେ ଏ ସଂକ୍ରାନ୍ତ ତଥ୍ୟ ଦେବାକୁ ଜିଲା କୋଷାଗାର ପଛଘୁଞ୍ଚା ଦେଉଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଚାବିକାଠି ସମ୍ପର୍କିତ ତଥ୍ୟକୁ ଜିଲା ପ୍ରଶାସନ ଘୋଡ଼ାଇ ରଖିବାକୁ ଚାହୁଁଛି। ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ସବୁଠାରୁ ବଡ଼ କଥା ହେଉଛି ଶ୍ରୀମନ୍ଦିରର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତକୁ ଯିବାର ପ୍ରକ୍ରିୟା ୧୯୬୦ ଅକ୍ଟୋବର ୨୪ରେ ଆରମ୍ଭ ହୋଇଥିବା ବେଳେ ଅକ୍ଟୋବର ୨୭ରେ ଗଜପତି ମହାରାଜାଙ୍କ ହାତରୁ ଦାୟିତ୍ୱ ଜିଲା ପ୍ରଶାସନକୁ ହସ୍ତାନ୍ତର ହେଲା। ଅର୍ଥାତ୍‌ ଏହି ଦିନ ପରଠାରୁ ଚାବିକାଠିର ଦାୟିତ୍ୱ ଜିଲା ପ୍ରଶାସନ ପାଖରେ ରହିବା ଉଚିତ୍‌। ମାତ୍ର କେବେ ଚାବିକାଠି ଦାଖଲ ହୋଇଛି ସେନେଇ ସୂଚନା ଅଧିକାର ଆଇନ ବଳରେ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ଉତ୍ତର ରଖାଯାଉନାହିଁ। ସେହିଭଳି ୨୦୧୮ରେ ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲ୍‌ ଟ୍ରେଜେରିରେ ଚାବି ଦାଖଲ କରିଥିବା ଜିଲା କୋଷାଗାର ପକ୍ଷରୁ ଜଣାପଡ଼ିଛି। ଏକଥା ଯଦି ସତ୍ୟ, ତେବେ ରତ୍ନଭଣ୍ଡାରକୁ ନେଇ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଥିବା ସନ୍ଦେହ ଦୂର କରିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଜ୍ଜା: ମାର୍କେଟ୍‌ ଆସିଥିବା ବେଳେ ସାନଭଉଣୀଙ୍କୁ ଗଣବଳାତ୍କାର, ବଡ଼ ଭଉଣୀଙ୍କୁ ଅସଦାଚରଣ

ରାଉରକେଲା,୨୨ା୯: ସୁନ୍ଦରଗଡ଼ ଜିଲା ରାଉରକେଲାରେ ପୁଣି ଏକ ଲଜ୍ଜାକର ଘଟଣା ଘଟିଛି। ସାନଭଉଣୀକୁ ଗଣବଳାତ୍କାର କରାଯାଇଥିବାବେଳେ ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ବଳାତ୍କାରର...

ଚରମ ନିଷ୍ପତ୍ତି : ଜାଗା ପାଇଁ ଦେହରେ ପେଟ୍ରୋଲ ଢାଳି ନିଜୁକ ଜାଳିଲେ

ନୀଳଗିରି,୨୨।୯(ପ୍ରଶାନ୍ତ କୁମାର ବିଶ୍ବାଳ): ଜିଲାପରିଷଦ ପାଣ୍ଠିରୁ ଗାଁ ଲୋକେ ନିର୍ମାଣ କରୁଥିଲେ କଂକ୍ରିଟ ରାସ୍ତା। ହେଲେ ଏହି ରାସ୍ତାକୁ ନିଜ ଜାଗା କହି ରାସ୍ତା ନିର୍ମାଣକୁ...

୫ ଦିନ ହେଲା ନାହିଁ ନେଟୱାର୍କ, ପାଇପ କାମ ଚାଲିଥିବା ବେଳେ କାର୍ଯ୍ୟ ବନ୍ଦ କଲେ ଲୋକେ

ଦାରିଙ୍ଗବାଡି, ୨୨।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ଗତ ୫ ଦିନ ହେଲା ନେଟୱାର୍କ ଅଚଳ ହୋଇପଡିଛି ।...

ଅଙ୍ଗନଓ୍ବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣା: କର୍ମୀଙ୍କ ସହ କଥା ହୋଇ ଉପମୁଖ୍ୟମନ୍ତ୍ରୀ କହିଲେ…

ବାଲେଶ୍ୱର,୨୨ା୯(ବାଞ୍ଛାନିଧି ଦେ): ବାଲେଶ୍ବର ଜିଲା ସିଂଲା ଥାନା ବାଲିଆପାଳ ବ୍ଲକ ଅନ୍ତର୍ଗତ ମହାପଦା ଅଙ୍ଗନଓ୍ବାଡ଼ି କେନ୍ଦ୍ର କର୍ମୀ ଉର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼...

ନଦୀ ପାର୍‌ ହେଉଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ ବୃଦ୍ଧ, ଆଜି ମିଳିଲା ମୃତଦେହ

ତୁମୁଡ଼ିବନ୍ଧ,୨୨ା୯(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ପଞ୍ଚାୟତର କାଣ୍ଡାମ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା। ନଦୀରେ ଭାସିଯାଇ ଜଣେ...

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରି ଜେଲ୍‌ ଗଲେ ଦମ୍ପତି

ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ): ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ...

ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଅଦ୍ଭୁତ ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼, କେଜି ଏତିକି ଟଙ୍କାରେ ହେଲା ବିକ୍ରି

ଭୋଗରାଇ,୨୨ା୯(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଦୀଘା ମୁହାଣରେ ବଙ୍ଗୀୟ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛନ୍ତି ଲକ୍ଷାଧିକ ଟଙ୍କାର ତେଲିଆ ଶିଳା ମାଛ। ଦୀଘା ମୁହାଣକୁ...

ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଚାଲିଗଲା ଜଣଙ୍କ ଜୀବନ

ଲାଞ୍ଜିଗଡ଼,୨୨ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଅନ୍ୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri