ସାର୍ବଜନୀନ ହେବ ରତ୍ନଭଣ୍ଡାର ରିପୋର୍ଟ

ଭୁବନେଶ୍ୱର,୧୯ା୬: ରତ୍ନଭଣ୍ଡାରର ରହସ୍ୟ ଜାଣିବାକୁ ରାଜ୍ୟବାସୀଙ୍କ ମଧ୍ୟରେ ଖୁବ୍‌ ଉତ୍କଣ୍ଠା ରହିଥିବା ବେଳେ ଖୁବ୍‌ଶୀଘ୍ର ଏହା ଉପରୁ ପରଦା ହଟିବାକୁ ଯାଉଛି। ଆସନ୍ତା ଜୁଲାଇ ୮ରେ ରତ୍ନଭଣ୍ଡାର ଖୋଲାଯିବ। ଏନେଇ ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ୍‌ ଡି.ବି ଗଡ଼ନାୟକ ସୂଚନା ଦେଇଛନ୍ତି। ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ସାର୍ବଜନୀନ ହେବ ବୋଲି କୁହାଯାଇଛି। ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ସାର୍ବଜନୀନ ହେବ। ଏନେଇ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ଆଗାମୀ କ୍ୟାବିନେଟ ବୈଠକରେ ରିପୋର୍ଟ ଉପସ୍ଥାପନ ହେବ। ୩ ସପ୍ତାହ ପରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Share