ଆକ୍ରା,୨୫।୧୧: ଆଫ୍ରିକୀୟ ଦେଶ ଘାନାରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତିକୁ ପ୍ରଚାର ପ୍ରସାର କରିବା ନିମନ୍ତେ ସେଠାରେ ରହୁଥିବା ଓଡ଼ିଆ ଲୋକମାନେ ଏକ ଘାନା ଓଡ଼ିଆ ସମାଜ ଗଠନ କରିଛନ୍ତି। ଏହି ସମାଜ ପକ୍ଷରୁ ସେଠାରେ ଜଗନ୍ନାଥଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି। ନଭେମ୍ବର ୨୦ରୁ ୨୩ ପର୍ଯ୍ୟନ୍ତ ୪ଦିନିଆ ମନ୍ଦିରର ରତ୍ନମୁଦ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ସମାଜର ସମସ୍ତ ସଦସ୍ୟ ବେଶ୍ ଆନନ୍ଦ ଉଲ୍ଲାସର ସହ ସାମିଲ ହୋଇଥିଲେ। କେବଳ ଭାରତୀୟ ନୁହେଁ ସେଠାକାର ସ୍ଥାନୀୟ ଜନସାଧାରଣ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇ ଜଗନ୍ନାଥଙ୍କ ଭାବରେ ନିଜକୁ ସମର୍ପଣ କରିଥିଲେ।