ରାଉସପାଟଣା କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

କଟକ ଅଫିସ,୧୩ା୭: କଟକ ମହାନଗର ନିଗମର(ସିଏମ୍‌ସି)ର ୩୭ ନମ୍ବର ଓ୍ବାର୍ଡ ପୁରୁଣା ରାଉସପାଟଣାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସିଏମ୍‌ସି ପକ୍ଷରୁ ଏହି ଘୋଷଣା ହୋଇଛି। ରବିବାର ଏଠାରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରେ ୩୭ ବର୍ଷୀୟା ମହିଳା ରହିଛନ୍ତି। ସେ ଥୋରିଆସାହି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଆଶାକର୍ମୀ ଭାବେ କାମ କରୁଥିଲେ। ତାଙ୍କର କୌଣସି ଗସ୍ତ ବିବରଣୀ ନାହିଁ। ତାଙ୍କୁ ସ୍ଥାନୀୟ ସଂକ୍ରମଣ ଭାବେ ଚିହ୍ନଟ କରାଯାଇଛି। ସେହିଭଳି ଗୋଟିଏ ପରିବାରର ୩ ସଦସ୍ୟ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ୪୮ ବର୍ଷୀୟା ମହିଳାଙ୍କ ସମେତ ୨୦ ଏବଂ ୨୫ ବର୍ଷୀୟ ପୁରୁଷ ରହିଛନ୍ତି। ଏମାନଙ୍କ ମଧ୍ୟ କୌଣସି ଗସ୍ତ ବିବରଣୀ ନାହିଁ। ସେହିଭଳି ଆଉ ଜଣେ ୨୫ ବର୍ଷୀୟ ପୁରୁଷ ମଧ୍ୟ ରହିଛନ୍ତି। ତାଙ୍କର ମଧ୍ୟ କୌଣସି ଗସ୍ତ ବିବରଣୀ ନାହିଁ। ସାଧାରଣ ଲୋକଙ୍କ ଗତିବିଧି ଉପରେ କଟକଣା ଲାଗୁ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ସିଏମ୍‌ସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି।

Share