Categories: ଜାତୀୟ

ଫଡନବିଶଙ୍କୁ ଭେଟିଲେ ସଞ୍ଜୟ, କହିଲେ ଆମେ ଶତ୍ରୁ ନୁହେଁ

ମୁମ୍ବାଇ,୨୭ ।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧିନ ଦଳ ମହାବିକାଶ ଅଘାଡି ସରକାରର ସ୍ଥିରତାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଇତିମଧ୍ୟରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଦେବେନ୍ଦ୍ର ଫଡନବିଶ ଓ ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କ ମଧ୍ୟରେ ଏକ ସାକ୍ଷାତ୍‌କାର ଅନୁଷ୍ଠିତ ହୋଇଯାଇଛି । ଦୁଇ ନେତାଙ୍କ ମଧ୍ୟରେ ମୁମ୍ବାଇର ଏକ ପଞ୍ଚତାରକା ହୋଟେଲରେ କଥାବାତ୍ତା ହେବା ପରେ ରାଜନୀତି ହୋଇଛି ସରଗରମ । ଏହି ସାକ୍ଷାତ୍‌କାରକୁ ନେଇ ଶିବସେନା ନେତା ସଞ୍ଜୟ ରାଉତ ରବିବାର କହିଛନ୍ତି, ଫଡନବିଶ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେକାର ବିରୋଧି ଦଳ ନେତା । ଏହାସହ ବିହାର ନିର୍ବାଚନର ଭାଜପା ପ୍ରଭାରୀ । ଆମ ଭିତରେ ବିଚାରଗତ ମତଭେଦ ହୋଇଥାଇପାରେ ହେଲେ ଆମେ ଶତ୍ରୁ ନୁହେଁ । ଆମ ବୈଠକ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ସବୁ ଜାଣନ୍ତି ବୋଲି ସଞ୍ଜୟ କହିଛନ୍ତି । ଏହାକୁ ନେଇ ଭାଜପା କହିଛି ବୈଠକର ଅଧିକ ଅର୍ଥ ବାହାର କରିବାର କୌଣସି ଆବଶ୍ୟକତା ନାହିଁ ।

Share