Advertisement

ରାବଣ ପୃଥିବୀର ପ୍ରଥମ ବିମାନ ପାଇଲଟ: ଦାବି କଲେ ଶ୍ରୀଲଙ୍କା ସରକାର

କଲମ୍ବୋ, ୨୧।୭: ପୃଥିବୀରେ କିଏ ପ୍ରଥମେ ବିମାନ ଉଡ଼ାଇଥିଲେ। ଏଭଳି ପ୍ରଶ୍ନ ନେଇ ଶ୍ରୀଲଙ୍କା ସରକାର ଏକ ଅଜବ ଉତ୍ତର ଦେଇଛନ୍ତି। ଶ୍ରୀଲଙ୍କା ସରକାର କହିଛନ୍ତି ଯେ, ରାକ୍ଷସରାଜ ରାବଣ ପ୍ରଥମେ ପୁଷ୍ପକ ବିମାନ ନାମକ ଯାନ ଆକାଶରେ ଉଡ଼ାଉଥିବା ରାମାୟଣରେ ଉଲ୍ଲେଖ ରହିଛିି। ତେଣୁ ରାବଣ ପୃଥିବୀର ପ୍ରଥମ ବିମାନ ପାଇଲଟ। ଏନେଇ ସରକାର ଲୋକଙ୍କ ପାଖରେ ଗଚ୍ଛିତ ଥିବା ପୁରୁଣା ଗନ୍ଥର ତଥ୍ୟ ଏକ ବିଜ୍ଞାପନ ମାଧ୍ୟମରେ ଲୋଡ଼ିଛନ୍ତି। ଏହାଦ୍ୱାରା ରାବଣଙ୍କ ମୃତ୍ୟୁ ସହିତ ଲୋପ ପାଇଥିବା ଦେଶର ବିକଶିତ ବିମାନ ଉଡ଼ାଣ ଶୈଳୀର ପୁନରୁଦ୍ଧାର ହୋଇପାରିବ ବୋଲି ସରକାର ଯୋଜନା କରିଛନ୍ତି। ରାବଣ ୫ ହଜାର ବର୍ଷ ତଳେ ଏହି ଯାନର ବ୍ୟବହାର କରୁଥିବା ଲୋକେ କହିଛନ୍ତି। ରାବଣ ମାତା ସୀତାଙ୍କୁ ଅପହରଣ କରିଥିବା ତଥ୍ୟକୁ ଶ୍ରୀଲଙ୍କା ସରକାର ଖଣ୍ଡନ କରିଛନ୍ତି। ଏହି କାହାଣୀ ଭାରତୀୟ ରାମାୟଣରେ ଦର୍ଶାଯାଇଛି। ତେବେ ରାବଣ ଏପରି କରି ନ ଥିଲେ। ସେ ଜଣେ ମହାନ୍‌ ରାଜା ଥିଲେ ବୋଲି ଶ୍ରୀଲଙ୍କା ସରକାର କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share