ସଲମାନଙ୍କ ସହ ରବୀନାଙ୍କର ରହିଛି ଖାସ୍‌ ସମ୍ପର୍କ, କାରଣ କହିଲେ ଅଭିନେତ୍ରୀ

ମୁମ୍ବାଇ: ଆଜିକାଲି ସଲମାନ ଖାନ୍‌ ତାଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଟାଇଟଲ ପରି ସେ ମଧ୍ୟ ଅନେକ ଲୋକଙ୍କ ଜୀବନ ଏବଂ ସେମାନଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଏହିପରି ଜଣେ ଅଭିନେତ୍ରୀ ହେଉଛନ୍ତି ରବୀନା ଟଣ୍ଡନ। ଯିଏ ସଲମାନଙ୍କୁ ତାଙ୍କର ବିଶେଷ ବନ୍ଧୁ ଭାବରେ ବିବେଚନା କରନ୍ତି ଏବଂ ତାଙ୍କୁ ବହୁତ ସମ୍ମାନ କରନ୍ତି। ଏକ ଇଭେଣ୍ଟରେ ରବୀନା କହିଛନ୍ତି, ସଲମାନ ମୋ’ ପାଇଁ ଖାସ୍‌।

ରବୀନା ୧୯୭୨ ଅକ୍ଟୋବର ୨୬ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ମଡେଲିଂରୁ ତାଙ୍କ କ୍ୟାରିଅର୍‌ ଆରମ୍ଭ କରିଥିଲେ ଏବଂ ପରେ ୧୯୯୧ରେ ସେ ଫିଲ୍ମ ‘ପଥର କେ ଫୁଲ୍‌’ରୁ ବଲିଉଡ୍‌ ଜଗତରେ ପାଦ ଥାପିଥିଲେ। ଏହା ୧୯୯୧ ଫେବୃୟାରୀ ୨୨ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମରେ ସଲମାନ ତାଙ୍କ ବିପକ୍ଷରେ ନାୟକ ଥିଲେ।

କ୍ୟାରିୟର ଆରମ୍ଭରୁ ହିଁ ରବୀନାଙ୍କ ନିକଟକୁ ଅଫର ପରେ ଅଫର ଆସୁଥିଲା। ଯେତେବେଳେ ସେ ଫିଲ୍ମ ‘ପଥର କେ ଫୁଲ୍‌’ର ଅଫର ପାଇଲେ ସେ ତାଙ୍କ କଲେଜ କ୍ୟାଣ୍ଟିନରେ ଥିବା ସାଙ୍ଗମାନଙ୍କୁ କହିଥିଲେ। ସାଙ୍ଗମାନେ କହିଥିଲେ, ତୁ ଦୟାକରି ଏହି ଫିଲ୍ମରେ ସାଇନ୍‌ କର। ଆମକୁ ସଲମାନଙ୍କୁ ଭେଟିବାକୁ ପଡ଼ିବ। ରବୀନା କେବଳ ବନ୍ଧୁ ଏବଂ ସଲମାନଙ୍କ ଯୋଗୁ ଏହି ଫିଲ୍ମରେ ସାଇନ୍‌ କରିଥିବା ପ୍ରକାଶ କରିଛନ୍ତି। ଏହି ଫିଲ୍ମଟି ସେତେବେଳେ ହିଟ୍‌ ବି ହୋଇଥିଲା।

Share