ଅକ୍ଷୟ କୁମାରଙ୍କ ସହ ବ୍ରେକ୍‌ଅପ୍‌ ହେବାର କାରଣ କହିଲେ ରବୀନା

ମୁମ୍ବାଇ: ୯୦ ଦଶକରେ ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ରବୀନା ଟଣ୍ଡନ ସେମାନଙ୍କ ସମ୍ପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ଥିଲେ। ସେ ଅନ୍‌ସ୍କ୍ରିନ୍‌ ହେଉ କି ଅଫ୍‌ସ୍କ୍ରିନ୍‌। ସବୁଠି ଦୁହିଁଙ୍କ ନାଁରେ ଖୁବ୍‌ ଚର୍ଚ୍ଚା ହେଉଥିଲା। ୯୦ ଦଶକରେ ଉଭୟେ ଉଭୟଙ୍କୁ ଡେଟ୍‌ କରୁଥିଲେ। ସେମାନଙ୍କର ପ୍ରେମ କାହାଣୀ କାହାକୁ ବି ଅଛପା ନାହିଁ। ଉଭୟଙ୍କ ପ୍ରେମ କାହାଣୀ ୧୯୯୪ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ମୋହରା’ରୁ ଆରମ୍ଭ ହୋଇଥିଲା। କୁହାଯାଏ, ରବୀନା-ଅକ୍ଷୟ ମଧ୍ୟ ବିବାହ ପାଇଁ ପ୍ରସ୍ତୁତି କରିଥିଲେ, ଦୁହିଁଙ୍କର ନିର୍ବନ୍ଧ ବି ସରିଥିଲା। କିନ୍ତୁ ହଠାତ୍‌ ଖବର ଆସିଲା ଯେ, ଏହି ଯୋଡ଼ି ଅଲଗା ହୋଇଯାଇଛନ୍ତି। ଯଦିଓ ରବୀନା ଏବଂ ଅକ୍ଷୟ ସେମାନଙ୍କ ଅଲଗା ହେବାର ପ୍ରକୃତ କାରଣ ଆଜି ପର୍ଯ୍ୟନ୍ତ ଖୋଲାଖୋଲି ପ୍ରକାଶ କରିନାହାନ୍ତି। ଅକ୍ଷୟଙ୍କ ପ୍ରତାରଣା ହେତୁ ଦୁହେଁ ଅଲଗା ହୋଇଥିବାର ରବୀନା ଏକ ସାକ୍ଷାତକାରରେ ପରୋକ୍ଷରେ ସୂଚାଇଛନ୍ତି। ଅକ୍ଷୟ ତାଙ୍କୁ ପ୍ରତାରଣା କରୁଥିବା ଜାଣିବାକୁ ପାଇଥିଲେ ରବୀନା। ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହ ଅକ୍ଷୟଙ୍କ ସମ୍ପର୍କ ହେତୁ ରବୀନାଙ୍କ ସହ ସମ୍ପର୍କ ଭାଙ୍ଗି ଦୁହେଁ ଅଲଗା ହୋଇଯାଇଥିଲେ। ଏହି ସମ୍ପର୍କ ଯୋଗୁ ଉଭୟେ ମଧ୍ୟ ବୃତ୍ତିଗତ ଭାବରେ ପରସ୍ପରଠାରୁ ଦୂରେଇ ଯାଇଥିଲେ।

ଦୀର୍ଘବର୍ଷ ପରେ ରବୀନା ଏବଂ ଅକ୍ଷୟଙ୍କୁ ଏକାଠି ଦେଖିବାକୁ ମିଳିବ। ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଓ୍ବେଲ୍‌କମ୍‌ ଟୁ ଦ ଜଙ୍ଗଲ’ରେ ରବୀନାଙ୍କୁ ଦେଖିବାକୁ ମିଳିବ। ନିକଟରେ ଏକ ସାକ୍ଷାତକାରରେ ଅକ୍ଷୟ କୁମାରଙ୍କ ପ୍ରତାରଣା ବିଷୟରେ ରବୀନାଙ୍କୁ ପଚରାଯାଇଥିଲା, ଯେଉଁଥିରେ ଅଭିନେତ୍ରୀ ସ୍ପଷ୍ଟ ଭାବରେ ଉତ୍ତର ଦେବାକୁ ମନା କରିଦେଇଥିଲେ।

ଅବିଶ୍ୱାସରେ ଏକ ଡିଲ୍‌ ବ୍ରେକର୍‌ ଅଛି କି ବୋଲି ପଚରାଯିବାରୁ ରବୀନା କହିଥିଲେ, ‘ମୁଁ ସେ ବିଷୟରେ ଆଲୋଚନା କରିବାକୁ ଚାହେଁ ନାହିଁ। ମୋ ମତରେ , ପ୍ରତ୍ୟେକ ସମ୍ପର୍କ ବିଶ୍ୱାସ, ପ୍ରେମ ଏବଂ ସଚ୍ଚୋଟତା ଉପରେ ଆଧାରିତ। ରବୀନାଙ୍କ ଉତ୍ତରରୁ ଜଣାପଡୁଛି ଯେ, ସେ ଅକ୍ଷୟଙ୍କ ସହ ନିଜର ପୁରୁଣା କ୍ରୋଧକୁ ଭୁଲି ଯାଇଛନ୍ତି।

ରବୀନା ଏବଂ ଅକ୍ଷୟ ଚଳିତ ବର୍ଷ ଆରମ୍ଭରେ ଏକ ପୁରସ୍କାର ଶୋ’ରେ ଯୋଗ ଦେଇଥିଲେ। ବର୍ତ୍ତମାନ ‘ଓ୍ବେଲ୍‌କମ୍‌-୩’ରେ ଦୁହେଁ ନଜର ଆସିବେ। ଯାହାର ଆନୁଷ୍ଠାନିକ ଭାବରେ ‘ଓ୍ବେଲ୍‌କମ୍‌ ଟୁ ଦ ଜଙ୍ଗଲ’ ନାମରେ ନାମିତ ହୋଇଛି।

କହିରଖୁଛୁ, ଅକ୍ଷୟ କୁମାର ରବୀନାଙ୍କଠାରୁ ବ୍ରେକ୍‌ଅପ୍‌ ହେବା ପରେ ଟ୍ବିଙ୍କିଲ୍‌ ଖାନ୍ନାଙ୍କୁ ବିବାହ କରିଥିବା ବେଳେ ରବୀନା ଫିଲ୍ମ ନିର୍ମାତା ଅନିଲ ଥଡ଼ାନିଙ୍କୁ ବିବାହ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିନେ ଜଗତର ପ୍ରଥମ ଅଭିନେତା ଭାବେ ଚିରଞ୍ଜୀବୀଙ୍କୁ ଗିନିଜ ୱାଲର୍‌ଡ ରେକର୍ଡ

ହାଇଦ୍ରାବାଦ,୨୨।୯: ତେଲୁଗୁ ଫିଲ୍ମ ଜଗତରେ ମେଗାଷ୍ଟାର ଭାବେ ଚିରଞ୍ଜୀବୀ ପରିଚିତ। ସିନେ ଜଗତର ପ୍ରଥମ ଅଭିନେତା ଭାବେ ସେ ନିଜର ନୃତ୍ୟ ଦକ୍ଷତା ପାଇଁ ଗିନିଜ...

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri