ଲୋକଙ୍କୁ ଧକ୍କା, ମୁଥ ମାରିଲେ ରବୀନା, ଭାଇରାଲ ହେଉଛି ଭିଡିଓ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି  ଭିଡିଓରେ ରବୀନା ଠେଲାପେଲା କରୁଥିବା ଦେଖିବାକୁ ମିଳିଛି। ଏହି ଘଟଣା ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଘଟିଛି।

ଭିଡିଓରେ ଦେଖିବାକୁ ମିଳିଛି, କିଛି ଲୋକଙ୍କ ସହ ରବୀନାଙ୍କର ଯୁକ୍ତିତର୍କ ହେଉଛି। ଏହା ପରେ ରବୀନା ଠେଲାପେଲା କରୁଛନ୍ତି। ରବୀନାଙ୍କ ଡ୍ରାଇଭର ଜଣେ ବୃଦ୍ଧ ଏବଂ ତାଙ୍କ ପରିବାର ଉପରେ ଆକ୍ରମଣ କରିଛନ୍ତି। ଭାଇରାଲ ଭିଡିଓରେ ରବୀନା ଏଥିରେ ହସ୍ତକ୍ଷେପ କରୁଥିବା ଦେଖିବାକୁ ମିଳିଛି। ଜଣେ ମହିଳାଙ୍କ ସ୍ବର ଶୁଣିବାକୁ ମିଳିଛି, ତାଙ୍କ ନାକରେ ଆଘାତ ଲାଗିଛି। କିଛି ଲୋକ ରବୀନାଙ୍କ ଡ୍ରାଇଭରଙ୍କୁ ମାରି ଦେବାକୁ ବି କହୁଛନ୍ତି।

ଭିଡିଓରେ ପୀଡ଼ିତ ତାଙ୍କ ନାମ ମହମ୍ମଦ ବୋଲି ଶୁଣିବାକୁ ମିଳୁଛି। ମହମ୍ମଦ କୁହନ୍ତି, ମୁଁ ବାନ୍ଦ୍ରାରେ ରହେ। ମୋ ମା’, ଭଉଣୀ ଏବଂ ଭଣଜା ସମସ୍ତେ ଏକ ସ୍ଥାନକୁ ଯାଇଥିଲେ। ସେମାନେ ସେଠାରୁ ଫେରୁଥିଲେ। ରବୀନାଙ୍କ ଘର ନିକଟରେ, ଯେତେବେଳେ ସେମାନଙ୍କର ଡ୍ରାଇଭର ମୋ ମା’ ଉପରେ କାର୍‌ ପିଟିଦେଲେ ସେତେବେଳେ ସେ ତାଙ୍କୁ ପଚାରିଲେ – ତୁମେ କ’ଣ କରୁଛ? ତେଣୁ ସେ ମୋ ଭଣଜା ଉପରେ ଆକ୍ରମଣ କରିଥିଲେ।

ମହମ୍ମଦ ଆହୁରି କୁହନ୍ତି, ମୋ’ ମାଙ୍କୁ ସେ ମାରିଲେ। ଏହା ପରେ ରବୀନା ବାହାରକୁ ଆସିଥିଲେ। ମଦ୍ୟପାନ କରି ସେ ମୋ ମା’ଙ୍କୁ ମାରିଥିଲେ। ମା’ର ମୁଣ୍ଡରେ ଆଘାତ ଲାଗିଛି। ମୋ’ ଭଣଜାଙ୍କ ମୁଣ୍ଡ ମଧ୍ୟ ଫାଇଛି। ଆମେ ଖାର ଥାନାରେ ୪ ଘଣ୍ଟା ଛିଡ଼ା ହୋଇଛୁ। ଆମ କଥାକୁ କେହି ଶୁଣୁନାହାନ୍ତି। ଆମର ମାମଲା କେହି ଲେଖୁନାହାନ୍ତି। ଅପରପକ୍ଷେ ସେମାନେ କହୁଛନ୍ତି ଆମେ ଆପୋଷ ସମାଧାନ କରିବୁ।

Share