ଦୁଇ ଝିଅଙ୍କୁ ଚୁପ୍‌ଚାପ୍‌ କୋଳେଇ ନେଇଥିଲେ ରବୀନା, ଏବେ ବଖାଣିଲେ ସତ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବୀନା ଟଣ୍ଡନ ଜଣେ ଜଣାଶୁଣା ଅଭିନେତ୍ରୀ। ୯୦ ଦଶକରେ ରବୀନା ଦୁଇ ଝିଅଙ୍କୁ ଚୁପ୍‌ଚାପ୍‌ ଆଡପ୍ଟ ବା କୋଳେଇ ନେଇଥିଲେ। ୧୯୯୫ ମସିହାରେ ୨୧ ବର୍ଷୀୟା ରବୀନା ଝିଅ ପୂଜା ଏବଂ ଛାୟାଙ୍କୁ କୋଳକୁ ନେଇଥିଲେ। ଏବେ ରବୀନା ଏନେଇ ଖୁଲାସା କରିଛନ୍ତି।

ଏକ ସାକ୍ଷାତକାରରେ ରବୀନା କହିଛନ୍ତି, ତାଙ୍କ ଡର ଥିଲା ବିନା ବିବାହରେ କେମିତି ମା’ ହେଲେ ତାହା ଚର୍ଚ୍ଚା ସେତେବେଳେ ହୋଇଥାନ୍ତା। ଏପରିକି ମୋ ଦୁଇଝିଅ ମାଟ୍ରିକ ପଢ଼ିବା ପରେ ମଧ୍ୟ କହି ନ ଥିଲି। ପରେ ସେମାନେ ମୋ ସହିତ ଶୁଟିଂ ସେଟ୍‌ ବି ଯାଆନ୍ତି। ସେତେବେଳେ ବି ଲୋକେ ମୋତେ ପଚାରୁଥିଲେ ଏ ଦୁଇଜଣ କିଏ? ତା’ ପରେ ମୁଁ ଖୋଲାଖୋଲି ଭାବରେ ପ୍ରକାଶ କରିଥିଲି। ଆହୁରି ମଧ୍ୟ ସେ କହିଛନ୍ତି, ମୋତେ ଏତେ ଡର ଥିଲା କି ତୁମେ ଗୋଟିଏ କଥା କହିବ ଲୋକେ ସେଥିରୁ ଆଉ ଗୋଟେ ବାହାର କରିବେ। ମିଡିଆରେ କହିବେ ଗୁପ୍ତରେ ରବୀନା ମା’ ହୋଇଗଲେ। ଏ ପିଲା କାହାର । ଏସବୁ କଥାରୁ ବର୍ତ୍ତିବା ପାଇଁ ମୁଁ ଚୁପ୍‌ଚାପ୍‌ ଦୁଇ ଝିଅଙ୍କୁ କୋଳେଇ ନେଇଥିଲି।

Share