ଅକ୍ଷୟ କୁମାରଙ୍କ ସହ ନିର୍ବନ୍ଧ ପରେ ଭାଙ୍ଗିଯାଇଥିଲା ଏହି ଅଭିନେତ୍ରୀଙ୍କ ବିବାହ

୧୯୯୦ ମସିହାର ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ରବୀନା ଟଣ୍ଡନ ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ଅକ୍ଟୋବର ୨୬, ୧୯୭୪ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ଆଜି ମଧ୍ୟ ନିଜ ଅଭିନୟରେ ଲୋକମାନଙ୍କ ହୃଦୟରେ ରାଜ କରନ୍ତି। ୧୯୯୧ରେ ଫିଲ୍ମ ‘ପଥର କେ ଫୁଲ୍‌’ରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ରବୀନା। ସେ ବହୁତ ଗୁଡ଼ିଏ ସୁପରହିଟ ଫିଲ୍ମ କରିଛନ୍ତି। ରିଲ ଲାଇଫରେ ତାଙ୍କର ଲଭ ଷ୍ଟୋରୀ ବହୁତ ଚର୍ଚ୍ଚାରେ ରହିଥିଲା। ୧୯୯୪ରେ ଫିଲ୍ମ ମୋହରାରେ ଅକ୍ଷୟ କୁମାର ଏବଂ ରବୀନା ଟଣ୍ଡନଙ୍କ ଯୋଡ଼ି ସମସ୍ତଙ୍କ ମନକୁ କିଣିଥିଲା। ଏହି ଫିଲ୍ମର ଗୀତ ଟିପ୍‌ ଟିପ୍‌ ବର୍ଷା ପାନି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ଏହି ଫିଲ୍ମ ପରେ ଦୁହେଁ ଦୁହିଁଙ୍କୁ ହୃଦୟ ଦେଇ ବସିଥିଲେ। ଉଭୟଙ୍କ ନିର୍ବନ୍ଧ ମଧ୍ୟ କରିଥିଲେ କିନ୍ତୁ ପରେ ଦୁହେଁ ଅଲଗା ହୋଇ ଯାଇଥିଲେ। କାରଣ ଅକ୍ଷୟ ତାଙ୍କୁ ଫିଲ୍ମ କରିବାକୁ ମନା କରିଥିଲେ ଏବଂ ରବୀନା ନିଜର ଫିଲ୍ମ କ୍ୟାରିୟର କୁ ଛାଡ଼ିବାକୁ ଚାହୁଁନଥିଲେ କାରଣ ସେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ଏବଂ ସେ ନିଜର ପରିଚୟକୁ ଛାଡ଼ିବାକୁ ମନା କରିଥିଲେ। ରବୀନା ଏବଂ ଅକ୍ଷୟଙ୍କ ସମ୍ପର୍କ ଭାଙ୍ଗିବାର ଆଉ ଏକ କାରଣ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଥିଲେ। କୁହାଯାଏ ଯେ ଅକ୍ଷୟ ଏବଂ ରବୀନା ମଧ୍ୟ ବିବାହ କରିବାକୁ ଯାଉଥିଲେ, କିନ୍ତୁ ଶେଷ ମୁହୂର୍ତ୍ତରେ ଅକ୍ଷୟଙ୍କ ଜୀବନରେ ଶିଳ୍ପାଙ୍କ ଏଣ୍ଟ୍ରି ହେବାରୁ ଉଭୟଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା। ତାପରେ ରବୀନା ଫିଲ୍ମମେକର ଅନୀଲ ଥଡାନୀଙ୍କ ସହିତ ଦେଖା ହୋଇଥିଲେ। ୨୦୦୩ରେ ରବୀନା ଟଣ୍ଡନଙ୍କ ଜନ୍ମଦିନରେ ଅନିଲ ତଡାନୀ ବିବାହ ପ୍ରସ୍ତାବ ରଖିଥିଲେ ଏବଂ ରବୀନା ହଁ ମଧ୍ୟ କହିଥିଲେ । ୨୦୦୩ ରେ ନଭେମ୍ବର ମାସରେ ଦୁହେଁ ବିବାହ କରିଥିଲେ ।

Share