ଇଣ୍ଡଷ୍ଟ୍ରିରେ ଏମିତି ଅନେକ ଲୋକ ଅଛନ୍ତି ଯିଏ ଅନ୍ୟମାନଙ୍କର ଅସଫଳତା ପାଇଁ ଯୋଜନା କରନ୍ତି: ରବିନା

ମୁମ୍ବାଇ: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଇଣ୍ଡଷ୍ଟ୍ରିରେ ନେପୋଟିଜିମ ବା ପ୍ରିୟା ପ୍ରିତି ପୋଷଣକୁ ନେଇ ଟଣା ଭିଡା ଚାଲିଛି। ସୋସିଆଲ ମିଡିଆଠାରୁ ଆରମ୍ଭ କରି ବଲିଉଡ୍‌ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ଅନେକ ଲୋକ ଏହା ମଧ୍ୟକୁ ଚାଲି ଆସୁଛନ୍ତି। ଏମିତିକି ଷ୍ଟାର କିଡ୍ସ ମାନେ ମଧ୍ୟ ଏଥିରୁ ବାଦ୍‌ ପଡୁ ନାହାଁନ୍ତି। ଏବେ ଏହାକୁ ନେଇ ବଲିଉଡ୍‌ର ନାୟିକା ରବିନା ଟଣ୍ଡନ ଏକ ନୂଆ କଥା କହିଛନ୍ତି। ସେ ପ୍ରଥମେ କହିଛନ୍ତି ଏବେ ନେପୋଟିଜମକୁ ନେଇ କାହାରିକୁ ଦୋଷାରୋପ କହିବା ଅଧିକାର କାହାର ନାହିଁ। ଏହା ବ୍ୟତୀତ ବାରମ୍ବାର ଏମିତି କରିବା ଅର୍ଥ ସୁଶାନ୍ତଙ୍କ ପ୍ରତି ଏହା ଅପମାନ ଭଳି ଲାଗୁଛି। ହଁ ସବୁଠି ଏହା ଅଛି ଏହା ମଧ୍ୟ ସେ ମାନିଛନ୍ତି। ଆଉ ଏହାରି ଭିତର ଦେଇ ସେ ଗତି ବି କରିଛନ୍ତି। ରବିନା କହିଛନ୍ତି ଇଣ୍ଡଷ୍ଟ୍ରିରେ ଭଲ ଲୋକ ବି ଅଛନ୍ତି ଖରାପ ଲୋକ ବି ଅଛନ୍ତି। ଆଉ କେତେ ଲୋକ ଅନ୍ୟମାନଙ୍କର ଅସଫଳତା ପାଇଁ ଏଠି ଯୋଜନା କରନ୍ତି ବୋଲି ମଧ୍ୟ ସେ କହିଛନ୍ତି। ନିକଟରେ ଏକ ସାକ୍ଷାତ୍‌କାରରେ ରବିନା ଏହା କହିଥିବା ଜଣାପଡିଛି। ତେବେ ସେ ଯାହା ବି ହେଉ ବଲିଉଡ୍‌ ଦୁନିଆରେ ନେପୋଟିଜମକୁ ନେଇ ଉଠିଥିବା ବିବାଦ ଏବେ ଭିନ୍ନ ରୂପ ନେବାକୁ ଯାଉଥିବା ଦେଖାଯାଇଛି।

Share