Advertisement

ଝିଅଙ୍କ ସହ ୧୨ ଜ୍ୟୋତିର୍ଲିଙ୍ଗ ଦର୍ଶନ ଯାତ୍ରା ଶେଷ କଲେ ରବିନା, ଶିଳ୍ପା କହିଲେ-ଅଦ୍ଭୁତ

ବମ୍ବେ: ଅଭିନେତ୍ରୀ ହେଲେ ହେଁ ବେଶ ଧାର୍ମିକ। ଆମେ କହୁଛୁ ଅଭିନେତ୍ରୀ ରବିନା ଟଣ୍ଡନଙ୍କ କଥା। ନିକଟରେ ସେ ଝିଅ ରାଶାଙ୍କ ସହ ୧୨ ଜୋତିର୍ଲିଙ୍ଗ ଦର୍ଶନ ଯାତ୍ରା ଶେଷ କରିଛନ୍ତି। ଏହି ଯାତ୍ରା ଭକ୍ତିପୂର୍ଣ୍ଣ ଥିଲା ବୋଲି ଅଭିନେତ୍ରୀ କିଛି ଫଟୋ ଶେୟାର କରି ଜଣାଇଛନ୍ତି। ଏହାପରେ ସାଥୀ କଳାକାରମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ରବିନା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ରାମେଶ୍ୱରମ୍‌ ଜ୍ୟୋତିର୍ଲିଙ୍ଗର ଦର୍ଶନ କରୁଥିବା ବେଳର ଫଟୋ ଶେୟାର କରିଛନ୍ତି। ଏହାକୁ ଶେୟାର କରି କ୍ୟାପଶନରେ ସେ ଲେଖିଛନ୍ତି, କେଦାରନାଥରୁ ନେଇ ରାମେଶ୍ୱରମ ଯାଏ…୧୨ ପବିତ୍ର ଜ୍ୟୋତିର୍ଲିଙ୍ଗ ଦର୍ଶନ ପୂର୍ଣ୍ଣ ହୋଇଛି। ପ୍ରତିଟି ଜିନିଷ ଲାଗି ଧନ୍ୟବାଦ ଶିବ। ହର ହର ମହାଦେବ। ଜୟ ଭୋଲେନାଥ ଶିବ ଶମ୍ଭୁ…’। ରବିନାଙ୍କ ପୋଷ୍ଟ ଦେଖି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପ୍ରତିକ୍ରିୟା ରଖି କହିଛନ୍ତି ‘ବାଃ। ଏହା ଅଦ୍ଭୁତ। ହର ହର ମହାଦେବ।’

ଅଭିନୟ ବିଷୟରେ କହିଲେ ରବିନା ନିକଟରେ ମିଲିନ୍ଦ ସୋମେନଙ୍କ ସହ ସସପେନ୍ସ ଥ୍ରିଲର ଫିଲ୍ମ ‘ଓ୍ବାନ୍‌ ଫ୍ରାଇଡେ ନାଇଟ’ରେ ନଜର ଆସିଥିଲେ। ଆଗାମୀ ଦିନରେ ସେ ଅକ୍ଷୟ କୁମାରଙ୍କ ସହ କମେଡି ଫିଲ୍ମ ‘ଓ୍ବେଲକମ୍‌ ଟୁ ଦ ଜଙ୍ଗଲ’ରେ ନଜର ଆସିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share