ହିମାଚଳପ୍ରଦେଶରେ ନିଜ ପିଲାଙ୍କ ସହ ଛୁଟି କାଟୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରବୀନା ଟଣ୍ଡନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ବର୍ତ୍ତମାନ ରବୀନା ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋରେ ହିମାଚଳପ୍ରଦେଶର ବରଫାବୃତ୍ତ ଅଞ୍ଚଳରେ ପୁଅ ରଣବୀର ଓ ଝିଅ ରଶାଙ୍କ ସହିତ ରବୀନା ଛୁଟିର ଭରପୁର ମଜା ଉଠାଉଥିବା ଦେଖିବାକୁ ମିଳିଛି।

 

ସେହିପରି ହିମାଚଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ଫଟୋରେ ଦେଖାଯାଇଛି। ସେ କ୍ୟାପସନରେ ଲେଖିଛନ୍ତି, ଥଣ୍ଡା ପାଗ। ସୁନ୍ଦର ହିମାଚଳପ୍ରଦେଶ। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନମତ ଦେଇଛନ୍ତି।

Share