ଗୋଟିଏ ସମୟରେ ତିନିଜଣଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ ଅକ୍ଷୟ କୁମାର, ଗୋଟିଏ ମନ୍ଦିରରେ ଲୁଚିଛପି କରିଥିଲେ ନିର୍ବନ୍ଧ; ରବୀନା ଜାଣିବା ପରେ…

ବମ୍ବେ: ବଲିଉଡ୍‌ର ଖିଲାଡି କିଙ୍ଗ ଅକ୍ଷୟ କୁମାର ବାସ୍ତବ ଜୀବନରେ ବଡ ଖେଳାଳି ଥିବା କୁହାଯାଏ। ତାଙ୍କ ଜୀବନରେ ଅନେକ ନାୟିକାଙ୍କ ଏଣ୍ଟ୍ରି ହୋଇଛି। କଥା ବିବାହ ପର୍ଯ୍ୟନ୍ତ ଯାଇଛି। ହେଲେ ଶେଷବେଳକୁ ଏକାଧିକ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିବା ଜାଣିବାକୁ ପାଇବା ପରେ ପ୍ରେମିକାମାନେ ଅକ୍ଷୟଙ୍କ ହାତ ଛାଡ଼ି ଦେଇଛନ୍ତି। ସେଭଳି ଜଣେ ହେଲେ ସେଦିନର ହଟ୍‌ ଅଭିନେତ୍ରୀ ରବୀନା ଟଣ୍ଡନ।

ଦିନେ କି ଦୁଇଦିନ ନୁହେଁ ଦୀର୍ଘ ତିନି ବର୍ଷ ଧରି ଅକ୍ଷୟଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ରବୀନା। ୧୯୯୪ରେ ଉଭୟଙ୍କ ଫିଲ୍ମ ‘ମୋହରା’ ରିଲିଜ ହୋଇଥିଲା। ଫିଲ୍ମ ଶୁଟିଂ ବେଳେ ପରସ୍ପରର ଅତି ନିକଟତର ହୋଇଥିବା ବେଳେ ରିଲିଜ ପରେ ବିବାହ କରିବାକୁ ଯୋଜନା କରିଥିଲେ ସେମାନେ। ଅକ୍ଷୟଙ୍କ ବାପାମା’ ରବୀନାଙ୍କ ଘରକୁ ଯାଇ ବିବାହ ପକ୍କା କରିଥିଲେ। ହେଲେ ସେତେବେଳକୁ ଉଭୟ ଲୁଚିଛପି ମନ୍ଦିରରେ ନିର୍ବନ୍ଧ କରିଥିବା କଥା କେହି ବି ଜାଣି ନ ଥିଲେ। ଅକ୍ଷୟ ଏହାକୁ ଲୁଚାଇବାକୁ ଚାହୁଁଥିଲେ। ଏପରିସ୍ଥଳେ ରବୀନାଙ୍କୁ ଅକ୍ଷୟଙ୍କ ବିଷୟରେ ବଡ଼ କଥା ଜଣାପଡ଼ିଥିଲା। କେବଳ ତାଙ୍କୁ ନୁହେଁ ବରଂ ଆଉ ଦୁଇଜଣଙ୍କ ସହ ସେ ନିର୍ବନ୍ଧ କରିଥିବା ଜଣାପଡ଼ିଥିଲା। ଏହା ବେଶ୍‌ ଆଘାତ ଦେଇଥିଲା ତାଙ୍କୁ। ଦୀର୍ଘଦିନ ଧରି ସେ ଅକ୍ଷୟଙ୍କୁ କ୍ଷମା କରିପାରି ନ ଥିଲେ।

ଅକ୍ଷୟଙ୍କ ଠାରୁ ଅଲଗା ହେବା ପରେ ରବୀନାଙ୍କ ଜୀବନକୁ ଆସିଥିଲେ ଫିଲ୍ମ ଡିଷ୍ଟ୍ରିବ୍ୟୁଟର ଅନିଲ ଥଡାନୀ। ସେମାନେ ପରସ୍ପରକୁ କିଛି ଦିନ ଡେଟ୍‌ କରିଥିଲେ। ଅନିଲ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଧିରେ ଧିରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୦୩ରେ ଉଭୟ ନିର୍ବନ୍ଧ କରିବା ପରେ ୨୦୦୪ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏବେ ଉଭୟ ବିବାହର ୧୭ ବର୍ଷ ପୂରଣ କରିବାକୁ ଯାଉଛନ୍ତି।

Share