ବଲିଉଡରେ ଡେବ୍ୟୁ କରିବେ ରବିନା ଟଣ୍ଡନଙ୍କ ଝିଅ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଝିଅ ରାଶା ସୋସିଆଲ ମିଡିଆରେ ସକ୍ରିୟ। ମା’ ରବିନାଙ୍କ ସହ ରାଶାଙ୍କୁ ପ୍ରାୟ ସମୟରେ ଦେଖିବାକୁ ମିଳେ। ଏହା ବ୍ୟତିତ ରାଶା ଖୁବ୍‌ଶୀଘ୍ର ନିଜ ମା’ଙ୍କୁ ଅନୁସରଣ କରିବାକୁ ଯାଉଛନ୍ତି। ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ରବିନାଙ୍କ ୧୭ ବର୍ଷିୟ ଝିଅ ଖୁବ୍‌ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଯାହାକୁ ନେଇ ବଲିଉଡରେ ଆଲୋଚନା ଜୋର ଧରିଛି।ନିର୍ଦ୍ଦେଶକ ଅଭିଷେକ କପୁର ତାଙ୍କ ପରବର୍ତ୍ତୀ ପ୍ରେଜେକ୍ଟ ପାଇଁ କାମ ଆରମ୍ଭ କରିଛନ୍ତି। ଖବର ମୁତାବକ ସେ ରବିନା ଟଣ୍ଡନ ଏବଂ ଅନିଲ ଥଡାନୀଙ୍କ ଝିଇ ରାଶା ଥଡନୀଙ୍କୁ ଫିଲ୍ମରେ ଲଞ୍ଚ କରିବେ। ରିପୋର୍ଟ ଅନୁଯାୟୀ, ଫିଲ୍ମର ଟାଇଟଲ ଏ ପର୍ଯ୍ୟନ୍ତ ସ୍ଥିର ହୋଇନାହିଁ, କିନ୍ତୁ ଏହା ଏକ ଆକ୍ସନ ଫିଲ୍ମ ହେବ ବୋଲି କୁହାଯାଉଛି। ତେବେ ଅଭିଷେକଙ୍କ ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

Share