ଅଭିନେତ୍ରୀ ରବିନାଙ୍କ ବାପା ରବି ଟଣ୍ଡନଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ବାପା ତଥା ନିର୍ମାତା ରବି ଟଣ୍ଡନଙ୍କର ଶୁକ୍ରବାର ଦେହାନ୍ତ ହୋଇଛି। ଏ ନେଇ ରବିନା ଇନଷ୍ଟାଗ୍ରାମରେ ତାଙ୍କ  ବାପାଙ୍କ ସହ ଏକ ଫଟୋ ଶେୟାର କରି ଏହାର ସୂଚନା ଦେଇଛନ୍ତି। ଶେୟାର କରି ଲେଖିଛନ୍ତି, ତୁମେ ସବୁବେଳେ ମୋ ସହିତ ଚାଲି ଆସିଛ, ମୁଁ ସର୍ବଦା ତୁମ ସହିତ ଅଛି, ମୁଁ କେବେବି ତୁମକୁ ଯିବାକୁ ଦେବି ନାହିଁ, ଲଭ୍‌ ୟୁ ପାପା’।

 

Share