ରେଭେନ୍ସା ଛାତ୍ରସଂଘ-କର୍ତ୍ତୃପକ୍ଷ ମୁହାଁମୁହିଁ

କଟକ ଅଫିସ,୧୯ା୫: ଗେଟ୍‌ ବିବାଦକୁ ନେଇ ରେଭେନ୍ସାରେ ଛାତ୍ରସଂଘ ଏବଂ କର୍ତ୍ତୃପକ୍ଷ ମୁହାଁମୁହିଁ ହୋଇଛନ୍ତି। ବହୁଥର ଆଲୋଚନା ପରେ କର୍ତ୍ତୃପକ୍ଷ ଦାବିକୁ ମାନି ନ ନେବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ଛାତ୍ରସଂଘ। ବୁଧବାର ସନ୍ଧ୍ୟାରୁ ମହାବିଦ୍ୟାଳୟ ୨ ନଂ ମୁଖ୍ୟ ଫାଟକ ବନ୍ଦ ରଖି ୪ ନଂ ଫାଟକ ଖୋଲିବା ନେଇ କୁଳପତି ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ତୀବ୍ର ବିରୋଧ କରିଛି ଛାତ୍ରସଂଘ। ଦାବି ନ ମାନିଲା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଛାତ୍ରସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିବା ବେଳେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

Share