ରେଭେନ୍ସା ନାଁ ବଦଳି ଦିଆଯିବ କି ଏହି ନାଁ ? କାହିଁକି ଏମିତି କହିଲେ ହରପ୍ରସାଦ ଦାସ

ଭୁବନେଶ୍ୱର,୧୩।୯: ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁ ପରିବର୍ତ୍ତନକୁ ନେଇ ଦ୍ୱନ୍ଦ ଚାଲିଥିବା ବେଳେ ଶୁକ୍ରବାର ସାହିତି୍ୟକ ହରପ୍ରସାଦ ଦାସଙ୍କ ପ୍ରସ୍ତାବ ନୂଆ ମୋଡ଼ ନେଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ବଢ଼ୁଛି। କ’ଣ ସତରେ ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁ ପରିବର୍ତ୍ତନ କରାଯାଇ ଗଜପତି କପିଳେନ୍ଦ୍ର ଦେବଙ୍କ ନାଁରେ ନାମିତ ହେବ ? ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସାହିତି୍ୟକ ଦାସ ପ୍ରସ୍ତାବ ଦେଇଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟକୁ କପିଳେନ୍ଦ୍ରଙ୍କ ନାଁରେ ନାମିତ କରିବା ପାଇଁ। ସେ ଏହା ମଧ୍ୟ କହିଛନ୍ତି ମୋର ପ୍ରସ୍ତାବ ରେଭେନ୍ସା ନାଁ ବଦଳୁ, ସରକାର ଚାହିଁଲେ ବଦଳାଇ ପାରିବେ। ଗଜପତି କପିଳେନ୍ଦ୍ର ଦେବଙ୍କୁ ଆମେ କୌଣସି ଶ୍ରେୟ ଦେଇନୁ, ଆମେ କୃତଘ୍ନ।ଗଜପତି କପିଳେନ୍ଦ୍ର ଦେବ ବିଶ୍ବବିଦ୍ୟାଳୟ ହେଲେ କଣ ଅସୁବିଧା ହେବ ବୋଲି ସାହିତି୍ୟକ ଦାସ ପ୍ରଶ୍ନ କରିଛନ୍ତି।

ରେଭେନ୍ସା ନାଁ ବଦଳିବା ଦରକାର ବୋଲି ସ୍ବାୟତ୍ତ ଶାସନ ଦିବସ ପାଳନ ଉତ୍ସବରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ। ସେ କହିଥିଲେ, ରେଭେନ୍ସା ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନର ଆବଶ୍ୟକତା ରହିଛି। ଯେଉଁ ରେଭେନ୍ସାଙ୍କ ନାଁରେ ଏହା ହୋଇଛି, ତାଙ୍କର ଭୂମିକା କ’ଣ ଥିଲା। ନଅଙ୍କ ଦୁର୍ଭିକ୍ଷ ବେଳେ ସେହି ରେଭେନ୍ସା ବ୍ୟକ୍ତି ଜଣକ କ’ଣ କରୁଥିଲେ। ଯେଉଁ ବ୍ୟକ୍ତି ଓଡ଼ିଆଙ୍କୁ କଷ୍ଟ ଦେଉଥିଲେ, ତାହା କ’ଣ ଗୌରବ ବିଷୟ କି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ କହିଥିଲେ, ନାଁ ବଦଳିବା ମୋର ବ୍ୟକ୍ତିଗତ ମତ, ଏହା ଉପରେ ବିତର୍କ ଆବଶ୍ୟକ। ଓଡ଼ିଶାର ବୁଦ୍ଧିଜୀବୀମାନେ ଏହା ଉପରେ ଚିନ୍ତା କରିବା ଉଚିତ୍‌ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

ଅନ୍ୟପକ୍ଷରେ ରେଭେନ୍ସା ନାଁ ବଦଳିବା କହିଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କଡ଼ା ଭାଷାରେ ବିରୋଧ କହିଥିଲେ ତିନି ପୂର୍ବତନ ପ୍ରଫେସର ଏବଂ ଛାତ୍ର। ଏହାକୁ ଅବାସ୍ତବ କହି ସମାଲୋଚନା କହିଥିଲେ ହେମେନ୍ଦ୍ର ନାରାୟଣ ଦାସ। ରେଭେନ୍ସା କେବଳ ନାମ ନୁହେଁ, ଇଟ ଇଜ୍‌ ଓ୍ବେ ଅଫ୍‌ ଲାଇଫ୍‌ ବୋଲି ସେ କହିଥିଲେ।

ଏହା ସହ ଶହେ ବର୍ଷର ଇତିହାସ ଯୋଡ଼ି ହୋଇରହିଛି। ହୀନମନ୍ୟତା କହି ସମାଲୋଚନା କହିଥିଲେ ସତ୍ୟକାମ ମିଶ୍ର। ସେ କହିଥିଲେ, ଯେଉଁମାନେ ରେଭେନ୍ସା ସାହେବକୁ ଜାଣି ନାହାନ୍ତି ଏପରି କହିବେ। ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପ୍ରତି ତାଙ୍କର ଅବଦାନ ଅତୁଳନୀୟ। ଓଡ଼ିଆ ଅସ୍ମିତା ନାଁରେ ତାଙ୍କୁ ଅପମାନିତ କରାଯିବା ଅନୁଚିତ ବୋଲି ସେ କହିଥିଲେ।

ସେହିପରି କମଳା ପ୍ରସାଦ ମହାପାତ୍ର କହିଥିଲେ, ରେଭେନ୍ସା କଲେଜ ନିର୍ମାଣ କରିବାରେ ରେଭେନ୍ସାଙ୍କ ଅବଦାନ ଅତୁଳନୀୟ। ଓଡ଼ିଶା ଶିକ୍ଷାକ୍ଷେତ୍ରରେ ଟି.ଇ ରେଭେନ୍ସାଙ୍କ ଅବଦାନର ପଟାନ୍ତର ନାହିଁ। ସରକାର କୌଣସି ପରିସ୍ଥିତିରେ ଏମିତି ନ କରି ଏଥିରୁ ନିବୃତ ରୁହନ୍ତୁ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଥାନା ଘଟଣା: ସାମ୍ନାକୁ ଆସିଲା ବଡ଼ ପ୍ରମାଣ , କ’ଣ ହୋଇଥିଲା ସେ ରାତିରେ… 

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ଦନ ଗଡ଼ିବା ସହ ନୂଆନୂଆ ତଥ୍ୟ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ନବୀନଙ୍କ କଥାରେ ଚିହିଁକି ଉଠିଲେ ସୁରେଶ ପୂଜାରୀ: କହିଲେ ଶହେ ଦିନର ସରକାରକୁ…

ଭୁବନେଶ୍ୱର,୨୦।୯: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିଲେ ମାଓବାଦୀ, କମ୍ବିଂ ବେଳେ…

ମାଲକାନଗିରି,୨୦ା୯(ଦୁର୍ଯ୍ୟୋଧନ ପାତ୍ର): ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜି ଏକ ବଡ଼ ଧରଣର କାଣ୍ଡ ଘଟାଇବା ପାଇଁ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri