ଏଣିକି ଆନ୍ଦୋଳନ କରିପାରିବେ ନାହିଁ ରେଭେନ୍ସା ଛାତ୍ରୀଛାତ୍ର

କଟକ ଅଫିସ,୨୧ା୧୦: ରେଭେନ୍ସା ଛାତ୍ରୀଛାତ୍ର ଏଣିକି ଆଉ ଆନ୍ଦୋଳନ କରିପାରିବେ ନାହିଁ। ଏପରିକି ଆମରଣ ଅନଶନ କିମ୍ବା ଗେଟ୍‌ ସମ୍ମୁଖରେ ଆଉ ଧାରଣା ଦେଇପାରିବେ ନାହିଁ ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରିଛନ୍ତି।

ବିଜ୍ଞପ୍ତିରୁ ପ୍ରକାଶ ଯେ, କ୍ୟାମ୍ପସ ପରିସରରେ ମାଦକ ଦ୍ରବ୍ୟ ସେବନ ନିଷେଧ କରାଯାଇଛି। ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ର ମୋଟରସାଇକେଲ ଚଲାଇ ପାରିବେ ନାହିଁ। ଏଥିଲାଗି ହଷ୍ଟେଲରେ ଆଡ୍‌ମିଶନ ବେଳେ ପିଲାଙ୍କୁ ସତ୍ୟପାଠ ଦାଖଲ କରିବାକୁ ହେବ। ସେହିପରି ଶ୍ରେଣୀଗୃହରେ ଅଡିଓ କି ଭିଡିଓ ରେକର୍ଡିଂକୁ ନିଷେଧ କରାଯାଇଛି। କର୍ତ୍ତୃପକ୍ଷ କିମ୍ବା ସ୍ବୀକୃତିପ୍ରାପ୍ତ କର୍ମଚାରୀ ପରିଚୟପତ୍ର ମାଗିବେ, ସେଠାରେ ସଙ୍ଗେସଙ୍ଗେ ଦେଖାଇବାକୁ ହେବ। ଦୁର୍ବ୍ୟବହାର ସୁରକ୍ଷାରେ ଆଞ୍ଚ ଓ ହିଂସାତ୍ମକ ଆଚରଣ କଲେ ଛାତ୍ରୀଛାତ୍ରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସ୍‌ରେ କୁହାଯାଇଛି।

Share