କ୍ରୀଡ଼ା ହବ୍‌ ହେବ ରେଭେନ୍‌ଶା

କଟକ ଅଫିସ,୧୧ା୧୨: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ କ୍ରୀଡା ହବ୍‌ ହେବ। ଆସନ୍ତା ଫେବୃୟାରୀରେ ଏହି ବିଶ୍ୱବିଦ୍ୟାଳୟରେ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରାୟ ୧୦୦୦ ପ୍ରତିଯୋଗୀ ଏଥିରେ ଭାଗ ନେବେ। ପ୍ରଥମ ଥର ପାଇଁ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ନିମନ୍ତେ ସ୍ବତନ୍ତ୍ର କ୍ରୀଡା ରହିବ। ଅନ୍ୟ ଖେଳ ସହିତ ପ୍ରଥମ କ୍ୟାମ୍ପସରୁ ଦ୍ୱିତୀୟ କ୍ୟାମ୍ପସ ପର୍ଯ୍ୟନ୍ତ ଏକ ମିନି ମାରାଥନ ଅନୁଷ୍ଠିତ ହେବ। ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଓ ରେଭେନ୍‌ଶା ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ଡିସେମ୍ବର ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ କୋଚିଂ ଏବଂ ଖେଳାଳି (ମହିଳା ଓ ପୁରୁଷ) ଚୟନ ପ୍ରକ୍ରିୟା ଚାଲିବ। ରାଜ୍ୟକୁ ପ୍ରତିନିଧିତ୍ୱ କରିବା ପାଇଁ ଖେଳାଳି ଚୟନ ପ୍ରକ୍ରିୟାରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମସ୍ତ ସୁବିଧା ଓ ସହଯୋଗ ଯୋଗାଇ ଦିଆଯାଇଛି ବୋଲି କ୍ରୀଡା ଅଧିକାରୀ ଅଞ୍ଜନ କୁମାର ଖୁଣ୍ଟିଆ କହିଛନ୍ତି। ଏନେଇ ଶନିବାର ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ଅଧ୍ୟକ୍ଷ ପ୍ରଫେସର ଧର୍ମବ୍ରତ ମହାପାତ୍ର କହିଥିଲେ, ବିଶ୍ୱବିଦ୍ୟାଳୟରେ ଥିବା ଭିତ୍ତିଭୂମି ପିଲାଙ୍କୁ ଖେଳିବା ପାଇଁ ଆକୃଷ୍ଟ କରୁଛି। ବିଭିନ୍ନ ଖେଳରେ ବହୁ ସଂଖ୍ୟାରେ ପିଲାଙ୍କ ଯୋଗଦାନ ଏହାର ଏକ ସକାରାତ୍ମକ ପ୍ରଭାବକୁ ପ୍ରମାଣିତ କରୁଛି। ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ରାଜ୍ୟର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ। ସବୁ ଛାତ୍ରୀନିବାସ ଏବେ ଏକକ କ୍ଷେତ୍ର ମଧ୍ୟରେ ଅବସ୍ଥିତ। ଏହି କ୍ଷେତ୍ରରେ ହାରାହାରି ୨୦୦୦ ଛାତ୍ରୀ ରହୁଛନ୍ତି। ସେମାନଙ୍କ ପାଇଁ ସେହି କ୍ଷେତ୍ର ମଧ୍ୟରେ ବାସ୍କେଟ୍‌ ବଲ୍‌, ଭଲି ବଲ୍‌ ପଡିଆ, ମୁକ୍ତ ଜିମ୍ନାସିୟମ୍‌ ପାଇଁ ସ୍ଥାନ ନିରୂପଣ ହୋଇଛି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ଓ ଆଧୁନିକ ଉପକରଣ ଲାଗିବ ବୋଲି ଡ. ନେତାଜୀ ଅଭିନନ୍ଦନ କହିଛନ୍ତି। ଏହାଛଡା ବ୍ୟାୟାମ ପାଇଁ ଜୁମ୍ବଝ ଓ ଏରୋବିକ୍‌ ଟ୍ରେନିଂ ବ୍ୟବସ୍ଥା ହେବା ପାଇଁ ଯୋଜନା ଅଛି। କୁଳପତି ପ୍ରଫେସର ସଞ୍ଜୟ ନାୟକଙ୍କ ନେତୃତ୍ୱରେ ରେଭେନ୍‌ଶା କ୍ରୀଡା କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଛାତ୍ରୀଛାତ୍ର ଓ ଅଭିଭାବକ ଦୃଢ଼ ବିଶ୍ୱାସ ରଖିଛନ୍ତି। ଏହି ବୈଠକରେ ଡ. ମନୋଜ କୁମାର ଦାସ ଓ ଡ. ସତ୍ୟବ୍ରତ ବେହେରା ଯୋଗଦେଇଥିଲେ।

ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ହକିକୁ ଲୋକପ୍ରିୟ କରାଇବା ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଆସନ୍ତାବର୍ଷ ଓଡ଼ିଶାରେ ହକି ବିଶ୍ୱ କପ୍‌ ଅନୁଷ୍ଠିତ ହେବ। ଏଥିପାଇଁ ରେଭେନ୍‌ଶାରେ ହକି ବିଶ୍ୱ କପ୍‌ ସମ୍ବନ୍ଧୀୟ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଛି। ଆସନ୍ତା ଜାନୁୟାରୀରେ କୃତୀ ପ୍ରତିଯୋଗୀମାନଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ। ସେହିପରି ଦ୍ୱିତୀୟ କ୍ୟାମ୍ପସରେ ଏକ ହକି ଷ୍ଟାଡିୟମ୍‌ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଶିକ୍ଷାମନ୍ତ୍ରୀ ଓ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀଙ୍କ ସହିତ ଏ ବିଷୟରେ ଖୁବ୍‌ଶୀଘ୍ର ଆଲୋଚନା କରାଯିବ ବୋଲି ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ପକ୍ଷରୁ ଜଣାପଡିଛି। ଏଥିସହ ପୁରୁଷ ହକି ଦଳ ଆନ୍ତଃ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଭାଗ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ପରିଦର୍ଶନ: ସବ୍‌ଟ୍ରଜେରୀ କାର୍ଯ୍ୟାଳୟରେ କର୍ମଚାରୀଙ୍କୁ ନ ଦେଖି ବିଧାୟକ କ୍ଷୁବ୍ଧ

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ଶନିବାର ଦିଗପହଣ୍ଡି ସବ୍‌ ଟ୍ରେଜେରୀ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ମଧ୍ୟାହ୍ନ...

ଫରେଷ୍ଟର ଆତ୍ମହତ୍ୟା ଘଟଣା: ରାୟଗଡ଼ା ଡିଏଫ୍‌ଓ ଦେବେନ୍ଦ୍ର ବେହେରା ନିଲମ୍ବିତ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩)ଙ୍କ ଆତ୍ମହତ୍ୟା ଘଟଣାରେ...

ପୁଣି ପୋଲିସର ଦାଦାଗିରି: ଦୁଇ ଭାଇଙ୍କୁ ଉଠାଇ ନେଇ ଦେଲେ ଥାର୍ଡ ଡିଗ୍ରୀ

ବଣାଇଁ, ୫।୧୦(ପ୍ରଦୀପ ତ୍ରିପାଠୀ): ଦୁଇ ମାସ ତଳେ ରେଳ ଇଞ୍ଜିନରୁ ତେଲ ଚୋରି ଘଟଣାରେ ସମ୍ପୃକ୍ତି ଦର୍ଶାଇ ଗତ ୨ ତାରିଖ ରାତିରେ ରେଲୱେ ପୋଲିସ...

ହେମଗିରରେ ପୁଣି ଠାବ ହେଲା କଳାବାଘ

ସୁନ୍ଦରଗଡ,୫।୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ବନଖଣ୍ଡର ହେମଗିର ବନାଞ୍ଚଳ ଅଧୀନ ଦାଘୋରା ଜଙ୍ଗଲର ଗର୍ଜନ ପାହାଡରେ ପୁଣି ବ୍ଲାକ୍‌ ପାନ୍ଥର ବା କଳାବାଘ ଠାବ ହୋଇଛି।...

ଭାଜପାରେ ମିଶିଲେ ବିଜୁ ଛାତ୍ର ଜନତା ଦଳର ଜିଲା ସଭାପତି

କେନ୍ଦୁଝର,୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଜୁ ଛାତ୍ର ଜନତା ଦଳର କେନ୍ଦୁଝର ଜିଲା ଛାତ୍ର ସଭାପତି ଅବିନାଶ ପଟ୍ଟନାୟକ ଶନିବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ...

ଉଠା ଦୋକାନୀଙ୍କୁ ଉଚ୍ଛେଦ ମସୁଧା

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରହିଥିବା ସମ୍ମିଳନୀ କକ୍ଷରେ ଶନିବାର ଜିଲା ସଡ଼କ ସୁରକ୍ଷା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ...

ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ…

ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର) ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା । ଘଟଣାସ୍ଥଳରେ ହିଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ଦେବଗଡ଼ ବନଖଣ୍ଡ ରିଆମାଳ...

ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗକୁ ଖଣ୍ଡନ କଲେ ୱାର୍ଡମେମ୍ବର

ଭବାନୀପାଟଣା,୫।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅଧୀନ ଅର୍ତ୍ତଲ ପଞ୍ଚାୟତର ସରପଞ୍ଚଙ୍କ ନାମରେ ଆସିଥିବା ଅଭିଯୋଗ ଭିତ୍ତିହୀନ ଓ ମିଥ୍ୟା ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri