Categories: ଖେଳ

ଭାରତକୁ ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଇଂଲଣ୍ଡ

ବର୍ମିଂହାମ,୧୦।୭:ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି-୨୦ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଭାରତ ସାମ୍ନାରେ ୨୧୬ ରନ୍‌ର ବିଶାଳ ଲକ୍ଷ୍ୟ ରଖିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ୍‌ ହରାଇ ୨୧୫ ରନ୍‌ କରିଛି। ଦଳ ପକ୍ଷରୁ ଡଓ୍ବେିଡ୍‌ ମଲାନ ବିସ୍ଫୋରକ ୭୭ ରନ୍‌ର ଇନିଂସ ଖେଳିଥିଲେ। ସେହିପରି ଲିଆମ ଲିଭିଂଷ୍ଟୋନ ୪୨, ଜେସନ ରୟ ୨୭, ବ୍ୟାରି ବ୍ରୁକ୍‌ ୧୯, ଜୋଶ ବଟଲର ୧୮ ରନ୍‌ର ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ରବି ବିଷ୍ଣୋଇ, ହର୍ଷଲ ପଟେଲ ୨ଟି ଲେଖାଏ ଉଇକେଟ୍‌ ନେଇଥିବାବେଳେ ଉମ୍ରାନ ମଲିକ ଏବଂ ଆଭେଶ ଖାନ ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ।
ତିନି ମ୍ୟାଚ ବିଶିଷ୍ଟ ସିରିଜରେ ଟିମ ଇଣ୍ଡିଆ ୨-୦ ଅଗ୍ରଣୀ ହାସଲ କରିସାରିଛି। ଇଂଲଣ୍ଡ ବିପକ୍ଷରେ କ୍ଲିନ୍‌ସୁଇପ୍‌ କରିବାକୁ ଚାହୁଁଛି ଭାରତ।

Share