Categories: ଖେଳ

‘ବୁମ୍‌ରାଙ୍କ ଏଭଳି ବୋଲିଂ ଦେଖିବାକୁ ସମସ୍ତେ ଅପେକ୍ଷା କରିଥିଲେ’

ଡବଲିନ୍‌,୧୯।୮: ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜର ପ୍ରଥମ ମୁକାବିଲା ପରେ ଅଧିନାୟକ ତଥା ଷ୍ଟାର ବୋଲର ଜସପ୍ରିତ ବୁମ୍‌ରାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଲେଗ୍‌ ସ୍ପିନର ରବି ବିଶ୍ନୋଇ। ସମସ୍ତେ ବୁମ୍‌ରାଙ୍କୁ ଏଭଳି ପ୍ରଦର୍ଶନ କରୁଥିବା ଦେଖିବାକୁ ଚାହୁଁଥିଲେ ବୋଲି ସେ କହିଛନ୍ତି।

ମ୍ୟାଚ୍‌ ପରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବିଶ୍ନୋଇ କହିଛନ୍ତି, ସେ ପ୍ରାୟ ୧୧ ମାସ ପରେ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିଲେ। ତାଙ୍କର ପ୍ରଥମ ବଲ୍‌ ପାଦରେ ବାଜିଥିଲା। ଏହାସତ୍ତ୍ୱେ ସେ ଆଉ ୫ ବଲ୍‌ ଭଲ ପକାଇଥିଲେ। ସମସ୍ତେ ବୁମ୍‌ରାଙ୍କ ଏଭଳି ରୂପ ଦେଖିବାକୁ ଅପେକ୍ଷା କରିଥିଲେ। ତାଙ୍କୁ ପୁନର୍ବାର ଲୟରେ ଦେଖି ଖୁସି ଲାଗିଲା। ସେ ଯେଉଁଭଳି ବୋଲର କ୍ରିକେଟ ଜଗତ ସହ ଜଡ଼ିତ ପ୍ରତିଟି ବ୍ୟକ୍ତି ତାଙ୍କୁ ବୋଲିଂ କରୁଥିବା ଦେଖିବାକୁ ଚାହେଁ। ସମସ୍ତେ ତାଙ୍କର ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଥିଲେ। ତାଙ୍କୁ ବୋଲିଂ କରୁଥିବା ଦେଖିବା ମଜାଦାର ଥିଲା ବୋଲି ବିଶ୍ନୋଇ କହିଛନ୍ତି।

Share