Categories: ଖେଳ

ଅଲିମ୍ପିକ ପଦକ ବିଜେତା ରବି ଦାହିଆଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୩।୭: କୁସ୍ତିରେ ଏକ ବଡ଼ ଓଲଟପାଲଟ ଦେଖାଯାଇଛି। ଷ୍ଟାର ରେସଲର ରବି ଦାହିଆ ଏସିଆନ ଗେମ୍ସ ଟ୍ରାଏଲ୍ସରୁ ବାଦ ବଡିଛନ୍ତି। ମହାରାଷ୍ଟ୍ରର ଆତିଶ ତୋଡକର ୫୭ କିଲୋଗ୍ରାମ ବର୍ଗରେ ଅଲିମ୍ପିକ ରୌପ୍ୟ ପଦକ ବିଜେତା ରବିଙ୍କୁ ପରାସ୍ତ କରିଛନ୍ତି। ଏବେ ରବି ଦହିୟା ଏସିଆନ ଗେମ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ। ନିଜର ଭଲ କୌଶଳ ଏବଂ ଦୃଢତା ତଥା ଆକ୍ରମଣକାରୀ ଖେଳ ପାଇଁ ଜଣାଶୁଣା ରବି ମହାରାଷ୍ଟ୍ରର ଛୋଟ କୁସ୍ତି ଖେଳାଳିଙ୍କ ବିପକ୍ଷରେ ପରାସ୍ତ ହୋଇପାରନ୍ତି ବୋଲି ଆଦୌ ଆଶା କରାଯାଉ ନ ଥିଲା।
ରବି ତାଙ୍କ ଆଘାତରୁ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ହୋଇପାରିନାହାନ୍ତି, କିନ୍ତୁ ତାଙ୍କୁ ଏସୀୟ ଗେମ୍ସରେ ଭାଗ ନେବାକୁ ଟ୍ରାଏଲ୍ସ ଖେଳିବାକୁ ପଡିଥିଲା। ଟ୍ରାଏଲ୍ସରେ ପରାଜୟ ହେତୁ ସେ ଏସୀୟ ଗେମ୍ସରେ ଅଂଶଗ୍ରହଣ କରିପାରିବେ ନାହିଁ। ଷ୍ଟାର ରେସଲର ତଥା ଅଲିମ୍ପିକ ଚାମ୍ପିଅନ ବଜରଙ୍ଗ ପୁନିଆ ଏବଂ ଭିନେଶ ଫୋଗେଟ ଏହି ଟ୍ରାଏଲ୍ସରେ ଭାଗ ନେଇ ନ ଥିଲେ। ଉଭୟ ଭେଟେରାନଙ୍କୁ ସିଧାସଳଖ ଏସୀୟ ଗେମ୍ସରେ ଖେଳୁଥିବା ଦେଖିବାକୁ ମିଳିବ।

Share