ବମ୍ବେ: ସାମାଜିକ ଗଣମାଧ୍ୟମକୁ ବାଏ ବାଏ କହିଲେ ଲୋକପ୍ରିୟ ଟେଲି ଅଭିନେତା ରବି ଦୁବେ। ନିକଟରେ ‘ଜମାଇ:୨.୦’ ରେ ତାଙ୍କର ଅଭିନୟ ଦର୍ଶକଙ୍କୁ ମତୁଆଲା କରିଥିଲା। ହେଲେ ଏବେ ହଠାତ୍ ସୋସିଆଲ ମିଡିଆରେ ରବିଙ୍କ ଏକ ପୋଷ୍ଟ ସମସ୍ତଙ୍କୁ ଚକିତ କରିଛି। ସେ ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ବନ୍ଦ କରୁଥିବା ନେଇ ଜଣାଇଛନ୍ତି। ଆଗାମୀ କିଛି ଦିନ ପାଇଁ ସେ ଏହି ଆପ୍କୁ ହଟାଇଦେଉଛନ୍ତି ବୋଲି କହିଛନ୍ତି।
ନିଆଙ୍କ ସହ ‘ଜମାଇ ରାଜା’ରେ ଯୋଡି ହିଟ୍ ହେବା ପରେ ଏହାର ସିଜନ୍-୨ ଆସିଥିଲା। ଉଭୟଙ୍କ ଇଣ୍ଟିମେଣ୍ଟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହାପରେ ସେ ପ୍ରଶଂସକଙ୍କ ମନୋରଞ୍ଜନ କରିବା ଲାଗି ସ୍ତ୍ରୀଙ୍କ ସହ ମିଶି ନିଜର ଡେବ୍ୟୁ ପ୍ରଯୋଜନା ଟେଲିଭିଜନ ଧାରାବାହିକ ‘ଉଡ଼ାରିୟା’ ବିଷୟରେ ଘୋଷଣା କରିଥିଲେ। ଏହାକୁ ଦର୍ଶକେ ପସନ୍ଦ ମଧ୍ୟ କରୁଛନ୍ତି। ଏଭଳି ସମୟରେ ରବିଙ୍କ ଘୋଷଣାନାମାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପ୍ରଶଂସକ। ସେ ଏଭଳି ନ କରନ୍ତୁ ବୋଲି ସେମାନେ ଅନୁରୋଧ କରୁଛନ୍ତି। ହେଲେ ଏହା ପଛରେ କି କାରଣ ରହିଛି ତାହା ସ୍ପଷ୍ଟ ହୋଇପାରିନାହିଁ।