ଆଚାର୍ଯ୍ୟ ରଜନୀଶଙ୍କ ବାୟୋପିକ୍‌ରେ ନଜର ଆସିବେ ରବି କିଷାନ, ଜାଣନ୍ତୁ କେବେ ହେବ ରିଲିଜ୍‌

ମୁମ୍ବାଇ: ଭୋଜପୁରୀ ଏବଂ ବଲିଉଡ ଅଭିନେତା ରବି କିଷନ ଆଜିକାଲି ଆଚାର୍ଯ୍ୟ ରଜନୀଶଙ୍କ ବାୟୋପିକ ‘ସିକରେଟ୍‌ ଅଫ୍‌ ଲଭ୍‌’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଆଚାର୍ଯ୍ୟ ରଜନୀଶ ଓଶୋ ନାମରେ ମଧ୍ୟ ପରିଚିତ। ତେବେ ରବି କିଷାନ ଭୂମିକାରେ ଓଶୋ ଦେଖିବାକୁ ମିଳିବ। ଏହି ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ନାହିଁ। କେବଳ ଓଟିଟି ପ୍ଲାର୍ଟଫର୍ମରେ ମୁକ୍ତିଲାଭ କରିବ। ତେବେ ଫିଲ୍ମଟି ମାର୍ଚ୍ଚ ୬ରେ ଏମଏକ୍ସ ପ୍ଲେୟାରରେଷ୍ଟ୍ରିମ ହେବ ବୋଲି ଜଣାଯାଇଛି।

ଏହି ଚଳଚ୍ଚିତ୍ରରେ ଓଶୋଙ୍କର ପୁରା ଜୀବନ ଯାତ୍ରା ଦେଖିବାକୁ ମିଳିବ। ସିକ୍ରେଟ୍ସ ଅଫ ଲଭ ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ରିତେଶ ଏସ କୁମାର। ଆମେରିକାରେ ଓଶୋଙ୍କ ସହିତ ଯାହା ଘଟିଥିଲା, ଫିଲ୍ମରେ ସବୁକିଛି ଦେଖାଯିବ। ଏହା ସହିତ ଓଶୋଙ୍କର ସବୁଠାରୁ ଲୋକପ୍ରିୟ ଭାଷଣ ‘ସଂଭୋଗ ସେ ସମାଦି’ ମଧ୍ୟ ଏହି ଚଳଚ୍ଚିତ୍ରରେ ନିଆଯାଇଛି।

Share