ଲକ୍ଷ୍ନୌ,୨୮।୫: ଉତ୍ତରପ୍ରଦେଶର ଗୋରଖପୁରରେ ଭାଜପା ପ୍ରାର୍ଥୀ ରବି କିଶନ ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ନେତା ଶଶି ଥରୁରଙ୍କୁ ଟାର୍ଗେଟ କରିଛନ୍ତି। ଥରୁର ଭାଜପା ୩୦୦ ପାର୍ କରିବ ନାହିଁ ବୋଲି ବୟାନ ଦେଇଥିଲେ। ଏହାର ଜବାବ ଦେଇ ରବି କିଶନ ତାଙ୍କୁ ଜଣେ ଇଂରେଜ ଲୋକ ବୋଲି କହିଛନ୍ତି। ଏଥିସହ ଭାରତ ଲୋକ ଛୁଟି ହେଲେ ମନାଲି ଏବଂ ଶିମ୍ଲା ଯାଆନ୍ତି, ହେଲେ ଥରୁର ନିର୍ବାଚନ ସମୟରେ ଭାରତ ଆସନ୍ତି। ଥରୁର ଦେଶକୁ ଜାଣନ୍ତି ନାହିଁ କିମ୍ବାର ଏହାର ଗ୍ରାମକୁ ବୋଲି ସେ କହିଛନ୍ତି।
ଭାଜପା ଏମ୍ପି ତଥା ଗୋରଖପୁରରୁ ପାର୍ଥୀ ହୋଇଥିବା ରବି କିଶନ କହିଛନ୍ତି, ମୁଁ ସର୍ବଦା ଭୋଜପୁରୀରେ କଥା ହୋଇଥାଏ। ମୋ ଭାଷଣ ମଧ୍ୟ ଭୋଜପୁରୀରେ ଥାଏ। ଏହା ଆମର ମାତୃଭାଷା ଓ ଆମର ପରିଚୟ। ଭୋଜପୁରୀ ଯୋଗୁ ମୁଁ ସୁପରଷ୍ଟାର ହୋଇଛି। ଆମେ ଭାଷା ପାଇଁ ଲଢ଼ିଛୁ। ଯୁବକମାନେ ନିଜର ପରିଚୟ ଛାଡ଼ିବେ ନାହିଁ ବୋଲି ସେ ମଧ୍ୟ କହିଛନ୍ତି।
#WATCH | Gorakhpur, Uttar Pradesh: On Congress MP Shashi Tharoor’s “It will be difficult for them (BJP) to even cross 300 seats” remark, BJP MP and candidate from Gorakhpur, Ravi Kishan says, “Shashi Tharoor is ‘angrez aadmi’. We go to Manali and Shimla on vacations, they come to… pic.twitter.com/IHp258X559
— ANI (@ANI) May 28, 2024