Categories: ଫୁରସତ

ସେନାରେ ରବି କିଶନଙ୍କ ଝିଅ ଈଶିତା

ମୁମ୍ବାଇ: ଜଣାଶୁଣା ଅଭିନେତା ରବି କିଶନଙ୍କ ଝିଅ ଈଶିତା ଶୁକ୍ଳା ସେନାରେ ଯୋଗ ଦେଇଛନ୍ତି । ବିବାଦୀୟ ଅଗ୍ନିବୀର ଯୋଜନା ଅନ୍ତର୍ଗତ ଈଶିତା ଆର୍ମିରେ ଜଏନ୍‌ କରିବାର ସୁଯୋଗ ପାଇଛନ୍ତି। ଏ ନେଇ ଭାଜପା ନେତା ରବି କିଶନ ଝିଅ ଈଶିତାଙ୍କ ଫଟୋ ଟୁଇଟରରେ ଶେୟାର କରିଛନ୍ତି। ଈଶିତାଙ୍କ ବୟସ ୨୧ ବର୍ଷ ହୋଇଥିବାବେଳେ ସେ ଦିଲ୍ଲୀ ଡିରେକ୍ଟୋରେଟର ‘୭ ଗାର୍ଲ ବାଟାଲିଅନ୍‌’ କାଡେଟ୍‌ ବୋଲି ରବି ଶେୟାର କରିଥିବା ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି। ଝିଅ ଈଶିତାଙ୍କୁ ନେଇ ରବିଙ୍କୁ ସୋସିଆଲ ମିଡିଆ ୟୁଜର୍ସ ଖୁବ୍‌ ପ୍ରଶଂସା କରିବା ଆରମ୍ଭ କରିଛନ୍ତି। ରବିଙ୍କର ଆଉ ୩ ଜଣ ପିଲା ଅଛନ୍ତି ସେମାନେ ହେଲେ ରିଭା, ତିନସ୍କ ଏବଂ ସକ୍ଷମ। ରିଭା ଆକ୍ଟିଂରେ ନିଜ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି। ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ରବି କିଶନ (୫୩) ବେଶ୍‌ ଲୋକପ୍ରିୟ ଅଭିନେତା। ଏହାଛଡ଼ା ସେ ତାମିଲ, ତେଲୁଗୁ ଏବଂ ଅନେକ ହିନ୍ଦୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

Share