Categories: ଖେଳ

ରୌପ୍ୟ ଜିତିଲେ ରବି କୁମାର: ଭାରତ ଖାତାକୁ ଆସିଲା ପଞ୍ଚମ ପଦକ

ଟୋକିଓ,୫।୮: ଭାରତୀୟ କୁସ୍ତି ଯୋଦ୍ଧା ରବି କୁମାର ଦହିୟା ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି। ସେ ୫୭ କିଲୋଗ୍ରାମ ଫାଇନାଲରେ ଜାଭୁର ଉଗୁଏଭ୍‌ଙ୍କଠାରୁ ୪-୭ରେ ପରାସ୍ତ ହୋଇଛନ୍ତି। ଫଳରେ ରୌପ୍ୟ ପଦକରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡିଛି। ଏହାପୂର୍ବରୁ ଆଜି ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଚ ପଦକ ଜିତି ଇତିହାସ ରଚିଛନ୍ତି। ୪୧ ବର୍ଷ ପରେ ହକିରେ ଭାରତକୁ ପଦକ ମିଳିଛି। ଏହାସହ ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ସମୁଦାୟ ୫ ପଦକ ଜିତିଛି। ସେଥିମଧ୍ୟରୁ ୩ଟି ବ୍ରୋଞ୍ଚ ପଦକ ହୋଇଥିବାବେଳେ ୨ଟି ରୌପ୍ୟ ରହିଛି।

Share